ଗ୍ରାମରକ୍ଷିଙ୍କୁ ହତ୍ୟା ଅଭିଯୋଗ; ବାପା ପୁଅଙ୍କୁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ

Published By : Prameya-News7 Bureau | November 15, 2022 IST

ଧର୍ମଗଡ଼ ୧୫/୧୧: ଗ୍ରାମ ରକ୍ଷିଙ୍କୁ ହତ୍ୟା ଅଭିଯୋଗରେ ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ। ଏହି ହତ୍ୟା ମାମଲାରେ ମଙ୍ଗଳବାର ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏପରି ରାୟ ଶୁଣାଇଛନ୍ତି। ଏହା ସହିତ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ ଘୋଷଣା କରାଯାଇଛି। ଆଜୀବନ କାରାଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ପରିଚୟ ରାମଚନ୍ଦ୍ର ନାଏକ (ବାପା) ଓ ପୁଅ ହିମାଂଶୁ ନାୟକ (ପୁଅ)

ଖବର ଅନୁସାରେ, ୨୦୨୦ ଜୁନ୍‌୧୧ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସୁକନିମୁଣ୍ଡା ଗାଁ ରେ ଗ୍ରାମରକ୍ଷୀ ଗରୀବ ନାଏକଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ବାପା ପୁଅ ଦାଦନ ଚାଲାଣ କରୁଥିବା ବେଳେ ଏହାକୁ ଗ୍ରାମରକ୍ଷୀ ପ୍ରତିବାଦ କରିଥିଲେ। ଏଥିପାଇଁ ଯୋଜନା ବଦ୍ଧ ଭାବେ ସମ୍ପୃକ୍ତ ଗ୍ରାମରକ୍ଷିଙ୍କୁ ସୈତାନ ବାପପୁଅ ଲୁହା ଛଡ଼ ଓ ଠେଙ୍ଗାରେ  ପିଟି ପିଟି ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.