ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଦେଲେ କୋର୍ଟ

Published By : Prameya-News7 Bureau | December 22, 2022 IST

ଫୁଲବାଣି ୨୨/୧୨: ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ। କନ୍ଧମାଳ ଜିଲ୍ଲା ପୋକ୍ସୋ ଅଦାଲତ ଏପରି ରାୟ ଶୁଣାଇଛନ୍ତି। ଏହା ସହିତ ଅଭିଯୁକ୍ତକୁ ମଧ୍ୟ ୨୨ ହଜାର ଟଙ୍କା ଜୋରିମାନା ଦେବକୁ କୁହାଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ୧୮ ମାସ କାରାଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତର ପରିଚୟ ଗଣେଶ ବେହେରା। ସେ ବ୍ରାହ୍ମଣି ଗାଁ ଅଞ୍ଚଳର ବାସିନ୍ଦା।

ଖବର ଅନୁସାରେ, ୨୦୨୦ ଜାନୁଆରୀ ୨୬ରେ  ଅଭିଯୁକ୍ତ ଜଣେ ନାବାଳିକାକୁ  ସକାଳ ୮ଟା ବେଳେ ଜଳିଖିଆ ଦେବ ବୋଲି କହି ଡାକିଥିଲା। ଏହାପରେ ପାଖରେ ଥିବା ବୁଦାମୂଳକୁ ନେଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏହି ସମୟରେ ନାବାଳିକା ଚିତ୍କାର କରିବାରୁ ପାଖ ସ୍କୁଲର କିଛି ଛାତ୍ରଛାତ୍ରୀ ଓ ଗାଁ ଲୋକ ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗାଁ ଲୋକମାନେ ନାବାଳିକାକୁ ଉଦ୍ଧାର କରି ତାଙ୍କ ଘରକୁ ନେଇଥିଲେ। ସେଠାରେ ନିଜ ମାଙ୍କ ନାବାଳିକା ଜଣଙ୍କ ଘଟଣା ବିଷୟରେ ସବୁ କହିଥିଲେ।

ଏନେଇ ନାବାଳିକାଙ୍କ ପରିବାର ଲୋକେ ବ୍ରାହ୍ମଣି ଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବ୍ରାହ୍ମଣୀ ଗାଁ ଥାନାଧିକାରୀ ଅଭିଯୁକ୍ତ ଗଣେଶ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗୁରୁବାର ପୋସ୍କ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତକୁ ଏପରି ଦଣ୍ଡାଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.