ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଘୋଷଣା କଲେ ଅଦାଲତ

Published By : Prameya-News7 Bureau | November 04, 2022 IST

କଣ୍ଟାବାଞ୍ଜି ୦୪/୧୧: ହତ୍ୟାକାରୀ ବଡ଼ ଭାଇଙ୍କୁ ଆଜୀବନ ସଜା। କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ସଜା ଶୁଣାଇଛନ୍ତି। ଶୁକ୍ରବାର ବିଚାରପତି ୨୦୧୯ରେ ହୋଇଥିବା ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଅଭିଯୁକ୍ତକୁ ଆଜୀବନ ସଜା ଦେବା ସହ  ୨୦ ହଜାର ଟଙ୍କା ଜରିମାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ  ଜେଲ ହେବ ବୋଲି କୁହାଯାଇଛି। କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁର ଜୁନାପଡ଼ାରେ ପାରିବାରିକ କଳହକୁ ନେଇ ବଡ଼ ଭାଇ ଶରତ ମାଝୀ ନିଜ ସାନଭାଇ ଦେବରାମ ମାଝୀଙ୍କୁ ଟାଙ୍ଗିଆରେ ହତ୍ୟା କରି ଫେରାର ଥିଲା । କଣ୍ଟାବାଞ୍ଜି ପୋଲିସ ବହୁତ ଖୋଜାଖୋଜି ପରେ ବଡ଼ ଭାଇ  ଶରତ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇତଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.