<strong>ନାବାଳିକା ଦୁସ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ୨ ଲକ୍ଷ ଟଙ୍କା ଜୋରିମାନା ଶୁଣାଇଲେ ଅଦାଲତ</strong>

Published By : Prameya-News7 Bureau | July 07, 2022 IST

ଫୁଲବାଣୀ ୦୭/୦୭: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା  ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିବା  ଅଭିଯୋଗରେ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ମାନ୍ୟବର ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତ ବାବୁଲା ମଲିକ(୨୨)କୁ ଆଜୀବନ କାରାଦଣ୍ଡ ସହ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ଗୋଟିଏ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ଶୁଣାଇଛନ୍ତିl

ଖବର ଅନୁସାରେ ପ୍ରକାଶ ଯେ ଗତ ୨୦୧୭ ମସିହା ଜୁଲାଇ ୩ରେ ପିଏସ କେଶ ନମ୍ବର ୩୪ ଅନୁଯାଇ ବାବୁଲା ମଲିକ (୨୨) ପୀଡିତାକୁ ତାର ଘରକୁ ଯାଇ ଘରର ଝରକା ଭାଙ୍ଗି ଘରେ ପଶି  ଅପହରଣ କରି ନେଇ ଜବରଦସ୍ତ ଦୁସ୍କର୍ମ କରିଥିଲା। ପରେ ନାବାଳିକାକୁ ଘରୁ ନେଇ ଏକ କଲଭର୍ଟରେ ରାତିରେ  ରଖିଥିଲା l ତେବେ କେହି ଜଣେ ଦେଖିଦେବାରୁ ସେଠାରୁ ପଳାଇଯାଇ ପାଖରେ ଥିବା ପାହାଡ଼ର ଏକ ବଡ ପଥରରେ ଆଶ୍ରୟ ନେଇଥିଲେ। ପୀଡ଼ିତା କାଳେ ପରିବାର କୁ ଜଣାଇଦେବ ଭାବି  ଅଭିଯୁକ୍ତ ବାବୁଲା ପୀଡିତାକୁ ତଣ୍ଟି ଚିପି ହତ୍ୟା କରିଥିଲା। ପରେ ଶବକୁ ଦୁଇଟି ପଥର ସଂଦିରେ ଫୋପାଡ଼ି ଦେଇଥିଲା।

ପୋଲିସ ଏତେଲା ପାଇ ତଦନ୍ତ କରି ବାବୁଲାକୁ ଗିରଫ କରିଥିଲା। ବାବୁଲା ସମସ୍ତ ଘଟଣା ପୋଲିସକୁ କହି ହତ୍ୟା କରିଥିବା ସ୍ଥାନ ଦେଖାଇଥିଲା ଓ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା। ପୋଲିସ ଦଫା ୩୬୩/୩୭୬ /(୨ )୩୦୨ ,୨୦୧ ଆଇପିସି,ଆର ଡବ୍ଲୁ ସେକ୍ସନ ୬ ପୋକ୍ସ ଆକ୍ଟ ଅନୁଯାଇ ମକଦ୍ଦମା ରୁଜୁ କରି  ବାବୁଲାକୁ କୋର୍ଟ ଚାଲାଣ କରିଥିଲା। ଆଜି ମାନ୍ୟବର ଏ. ଡି. ଯେ. ଭାସ୍କର ଚନ୍ଦ୍ର ସାହୁ ସାଖ୍ୟ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି। ଜୋରିମାନା ଅର୍ଥରୁ ଏକ ଲକ୍ଷ ଟଙ୍କା ପୀଡିତାର ମାତାପିତାଙ୍କୁ ଦେବାକୁ ରାୟରେ ଉଲ୍ଲେଖ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.