ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
26/12/2022 at 6:08 PM

ଆନନ୍ଦପୁର ୨୬/୧୨: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ଏପରି ରାୟ ଦେଇଛନ୍ତି। ଅଭିଯୁକ୍ତର ପରିଚୟ ଅଙ୍କୁର ବିରୁଆ। ସେ ଆନନ୍ଦପୁର ଥାନା କନ୍ତଳା ଗାଁର ବାସିନ୍ଦା। ସେ ଡାହାଣି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିଥିଲା। ଖବର ଅନୁସାରେ, ୨୦୧୯ ସେପ୍ଟେମ୍ବରରେ ଅଙ୍କୁର ତାର ସଂପର୍କୀୟ ମାଇଁ ବିରାଙ୍ଗ ପୂର୍ତ୍ତିଙ୍କୁ ଡାହାଣୀ ସନ୍ଦେହରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା।
ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିଲା। ସୋମବାର ସେହି ମାମଲାର ଶୁଣାଣି କରଯାଇଛି। ୨୦ଜଣଙ୍କ ବୟାନ୍ ଆଧାରରେ ଅଙ୍କୁରକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି କୋର୍ଟ। ଏହା ସହିତ ଅଭି ୨୫ହଜାର ଟଙ୍କା ଜୋରିମାନା ଦେବାକୁ ଅଦାଲତ ପକ୍ଷରୁ କୁହାଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦିଆ ଯାଇଛି।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023