ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31/01/2023 at 11:18 PM

ଭଦ୍ରକ ୩୧/୦୧: ତନ୍ତ୍ର ସାଧନା ପାଇଁ ନିଜ ପତ୍ନୀଙ୍କୁ ବଳି ଦେଇଥିବା ସ୍ୱାମୀକୁ ଆଜୀବନ କାରାଦଣ୍ଡ। ଅଭିଯୁକ୍ତର ପରିଚୟ ପ୍ରହଲ୍ଲାଦ ଦାସ। ସେ ବାଁଶଡା ଥାନା ଅନ୍ତର୍ଗତ ଖଦାଳପୋଖରି ଗାଁର ବାସିନ୍ଦା। ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ଅଭିଯୁକ୍ତ ସ୍ୱାମୀକୁ ଏଭଳି ରାୟ ଶୁଣାଇଛନ୍ତି। ଏହା ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ଅଦାଲତ ପକ୍ଷରୁ କୁହାଯାଇଛି।