ସ୍ତ୍ରୀ ହତ୍ୟାକାରିକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ

Published By : Prameya-News7 Bureau | December 26, 2022 IST

ବାରିପଦା ୨୬/୧୨: ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୨) ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ବିଚାରପତି ଡଃ ଦୀପକ ରଞ୍ଜନ ସାହୁ ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଏପରି ରାୟ ଦେଇଛନ୍ତି। ଏହା ସହିତ ୧୫ହଜାର ଟଙ୍କା ଜୋରିମାନା ଦେବାକୁ ହତ୍ୟାକାରିକୁ କୁହାଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ୭ ମାସର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତର ପରିଚୟ ମୋହନ ମାରାଣ୍ଡି(୫୨)। ସେ ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆସୋଲ ଗାଁର ବାସିନ୍ଦା।

ଅଭିଯୋଗ ଅନୁସାରେ, ମୋହନ ମାରାଣ୍ଡି ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ୨୦୨୧ ଜୁନ୍‌ ୧୫ରେ ଅପାରାହ୍ଣରେ ବାଉଁଶ ବାଡ଼ିରେ ମୁଣ୍ଡକୁ ପିଟିଥିଲେ। ଫଳରେ ଲକ୍ଷ୍ମୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟ ହୋଇଥିଲା। ଏନେଇ ଲକ୍ଷ୍ମୀଙ୍କ ଭାଇ ବିପିନ ହାନ୍ସଦା ସ୍ଥାନୀୟ ଚାନ୍ଦୁଆ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିଲେ। ଏହା ସହିତ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ମାମଲାର ବିଚାର ବେଳେ ୧୭ଜଣ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟ ଭିତ୍ତିରେ ବିଚାରପତି ଏହି ରାୟ ଦେଇଛନ୍ତି। ଏହି ମାମଲାକୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର (ସରକାରୀ ଓକିଲ) ବଟହରି ମହାକୁଡ଼ ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.