ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପୂର୍ବତନ ତହସିଲଦାରଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

28/05/2022 at 6:39 PM

ଯାଯପୁର ୨୮/୦୫ : ପୂର୍ବତନ ତହସିଲଦାରଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ଅଦାଲତ। ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଖବର ଅନୁସାରେ, ଗତ କିଛି ମାସ ତଳେ କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ଗୋଟିଏ ଠିକା ସଂସ୍ଥାର ୩ଟି ବାଲି ବୋଝେଇ ଟ୍ରକକୁ ତତ୍କାଳୀନ ତହସିଲଦାର କାବେରୀ ମୁଦୁଲି ଅଟକ ରଖିଥିଲେ। ପରେ ବାଲି ପରିବହନ ନେଇ ସମସ୍ତ କାଗଜପତ୍ର ଠିକ୍ ଥିବା ଦର୍ଶାଇ ସଂମ୍ପୃକ୍ତ ଠିକା ସଂସ୍ଥା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ଆଜି ଏହି ମାମଲାର ଶୁଣାଣି କରି ସୁକିନ୍ଦାର ପୂର୍ବତନ ତହସିଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରି ଏହାର ତଦନ୍ତ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ। ସେପଟେ ସୁକିନ୍ଦାର ଏହି ପୂର୍ବତନ ତହସିଲଦାର ବର୍ତ୍ତମାନ ମୋ ସ୍କୁଲ ଅଭିଯାନ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି ବୋଲି ଜଣାପଡ଼ିଛି ।

   Related Posts