ତାସ୍ ଖେଳରୁ ହତ୍ୟା, ୩ ଦୋଷୀଙ୍କୁ କୋର୍ଟ ଦେଲେ ଆଜୀବନ କାରାଦଣ୍ଡ
28/09/2023 at 10:43 PM

ସାନଖେମୁଣ୍ଡି: ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଗୁରୁବାର ଦିନ ଛତ୍ରପୁର ଅତିରିକ୍ତ ଜିଲ୍ଲାଦୌରା ଜର୍ଜ ମୋନରଞ୍ଜନ ଦାସ ଏକ ହତ୍ୟା ମାମଲାରେ ତିନିଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୨୦୧୭ ଏପ୍ରିଲ ୩୦ ତାରିଖରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମର କୋଠ ଘରେ ତାସ ଖେଳରୁ ଶୁକଦେବ ନାୟକଙ୍କ ସହ ତିନି ଜଣ ଦିଲ୍ଲୀ ଦାସ, ରାମନାଥ ଦାସ ଓ ସୁଧୀର ଦାସ ଝଗଡା ହୋଇଥିଲା। ଶୁକଦେବ ନାୟକ ଘରକୁ ଚାଲିଯାଇଥିଲା ଦିଲ୍ଲୀ, ରାମନାଥ ଓ ସୁଧୀର ଶୁକଦେବଙ୍କ ଘରେ ପଶି ତାକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ ହୋଇଥିଲା।
Also read- ଓଲିଉଡ୍ରେ ପୁଣି ବ୍ଲାକମେଲ୍ ଝଡ଼, ପୁରୁଷ ବନ୍ଧୁ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ
ଏ ନେଇ ଶୁକଦେବଙ୍କ ସ୍ତ୍ରୀ ଝିଲି ନାୟକ ୨୦୧୭ ମେ ୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନାର ତତ୍କାଳୀନ ଆଇଆଇସି ପ୍ରଶାନ୍ତ କୁମାର ସାହୁ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରି ଦିଲ୍ଲୀ ଦାସ ରାମନାଥ ଦାସ ଓ ସୁଧୀର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।। ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହିଞ୍ଜିଳି କୋର୍ଟରେ ୧୮ ଜଣ ସାକ୍ଷୀର ବୟାନକୁ ଭିତ୍ତି କରି ଦିଲ୍ଲୀ ରାମନାଥ ଓ ସୁଧୀରକୁ ଆଜୀବନ କାରାଦଣ୍ଡ ରାୟରେ ଦର୍ଶାଇଛନ୍ତି। ସରକାରଙ୍କ ତରଫରୁ ସରକାରୀ ଓକିଲ ଡମିନାଥ ସାହୁ ପରିଚାଳନା କରିଥିଲେ।।