ଚାକିରି ହୋଇ ଯାଇଛି ମିଠା ନିଅ, ମୁହଁ ମିଠା କରୁ କରୁ କଳାକନା ବୁଲାଇଲେ ଦମ୍ପତ୍ତି, ଲୁଟି ନେଲେ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା

Published By : Prameya-News7 Bureau | March 02, 2021 IST

ମାଲକାନଗିରି  ୦୨।୦୩:  ସୀମାବର୍ତ୍ତୀ ଜିଲ୍ଲାରେ ପଶି ଆନ୍ଧ୍ର ଚଳାଇଛି ଦାଦାଗିରି। ଆଉ ଘର ମାଲିକଙ୍କୁ ଲୁଟିଲେ ଭଡା ରହିଥିବା ଜଣେ ଆନ୍ଧ୍ର ବାସିନ୍ଦା ।  ନିଶାଯୁକ୍ତ ମିଠା ଖୁଆଇ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି  ଆନ୍ଧ୍ର ପ୍ରଦେଶର ଦମ୍ପତି । ଏଭଳି ଘଟଣା ଘଟିଛି ମାଲକାନଗିରି ସହରରେ।

{"id":416984,"sizeSlug":"large","linkDestination":"none"}

ଚାକିରି ହେଇ ଯାଇଛି ମିଠା ନିଅ। ପଡ଼ୋଶୀଙ୍କ ଖୁସିରେ ମୁହଁ ମିଠା କରୁକରୁ ପଡ଼ୋଶୀ ଘରେ କଳାକନା ବୁଲେଇଦେଲେ। କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସହରରେ । ଡି.ଏନ.କେ ବଜାରରେ ଥିବା ପ୍ରସାଦ ଜୁଏଲାର୍ସର ମାଲିକ ସୁବାସ ରାଜାରାମ ପାଟିଲ ଗତ ରାତିରେ ନିଜ ଦୋକାନ ବନ୍ଦକରି ସମସ୍ତ ସୁନା ଗହଣାକୁ ଘରେ ଆଣି ରଖିଥିଲେ । ହେଲେ ତାଙ୍କ ଘରେ ଭଡାରେ ରହୁଥିବା ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଦମ୍ପତି ଜଗଦୀଶ ଓ ତାଙ୍କ ପତ୍ନୀ ରାତିରେ ସୁବାସଙ୍କ ଘରକୁ ଆସି ମିଠା ବାଣ୍ଟିଥିଲେ।  ମିଠା ଖାଇବା ପରେ ପୂରା ପରିବାର ଅଚେତ ହୋଇଯାଇଥିଲେ।

ଏହି ସମୟରେ ଜଗଦିଶ ଓ ତାଙ୍କ ପତ୍ନୀ ଗ୍ୟାସ କଟର ସହାୟତାରେ ଘରର ଝରକା ଓ ଆଲମିରା କାଟି ସେଥିରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ନେଇ ପଳାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.