ନିଆରା ଡଙ୍ଗରେ ଚଳନ୍ତା ରେଳଗାଡ଼ି ଭିତରେ ବିବାହ ବାର୍ଷିକି ପାଳନ କଲେ ଦମ୍ପତି

Published By : Prameya-News7 Bureau | May 22, 2022 IST

ସମ୍ବଲପୁର ୨୨/୦୫ :  ସମ୍ବଲପୁରରେ ଚଳନ୍ତା ଟ୍ରେନର ବଗି ଭିତରେ ବିବାହ ବାର୍ଷିକି ପାଳନ କରାଯାଇଛି। ଏପରି ନିଜର ନିଆରା ବିବାହ ବାର୍ଷିକି ପାଳନ କରିଛନ୍ତି ସୁନିଲ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ପଟ୍ଟନାୟକ। ସୁନ୍ଦରଗଡ଼ ସହରର ମୂଳ ବାସିନ୍ଧା ସୁନିଲ ପଟ୍ଟନାୟକ ଏବେ ଭୁବନେଶ୍ୱରରେ ରହୁଛନ୍ତି। ସେ ନିଜର ବିବାହ ବାର୍ଷିକିକୁ ପ୍ରତିବର୍ଷ ଭିନ୍ନ ଡଙ୍ଗରେ ପାଳନ କରି ଚର୍ଚ୍ଚାରେ ରହି ଆସିଛନ୍ତି । ଏଥର ସେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ ଭିତରେ ଥିବା ସହଯାତ୍ରୀଙ୍କ ଗହଣରେ ପାଳନ କରିଥିଲେ। ପଟ୍ଟନାୟକ ଦମ୍ପତି ତାଙ୍କର ୩୬ ତମ ବିବାହ ବାର୍ଷିକିକୁ ଏପରି ନିଆରା ଢଙ୍ଗରେ ପାଳନ କରିଥିବାରୁ  ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ମଧ୍ୟ ପଟ୍ଟନାୟକ ଦମ୍ପତି ଉଡ଼ାଜାହାଜ ଓ ଚିଲିକାରେ ବୋଟ ଭିତରେ ବିବାହ ବାର୍ଷିକି ପାଳନ କରିବାର ଉଦାହରଣ ରହିଛି ।   

ଏହାସହ ପ୍ରତିବର୍ଷ ସେ ନିଜର ବିବାହ ବାର୍ଷିକି ଓ ଜନ୍ମଦିନରେ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରନ୍ତି।  ଏଥର ଟ୍ରେନରେ ପାଳନ କରିବା ସମୟରେ ତାଙ୍କର ସହଯାତ୍ରୀମାନେ ଏହା ଦେଖି ବେଶ ଉତ୍ସାହିତ ହୋଇଥିଲେ। ଆଗକୁ ସୁଯୋଗ ହେଲେ ଆହୁରି ଅଭିନବ ଡଙ୍ଗରେ ନିଜ ଜୀବନର ଏହି ଅଭୁଲା ଦିନକୁ ପାଳନନ କରିବେ ବୋଲି କହିଛନ୍ତି ପଟ୍ଟନାୟକ ଦମ୍ପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.