ଦେଶର କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୩୭ ଜଣଙ୍କର ମୃତ୍ୟୁ
16/04/2020 at 9:01 PM

ନୂଆଦିଲ୍ଲୀ୧୬/୪: ଦେଶରେ ଗତ ୨୪ ଘଣ୍ଟା ଭିତରେ ୩୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶର ୩୨୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ସେପଟେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିବା ଲାଗି ପ୍ରତି ଜିଲ୍ଲାରେ ନୋଡାଲ୍ ଅଫିସର୍ ନିଯୁକ୍ତ ହେବେ ।ଦେଶରେ ୩୨୫ଜିଲ୍ଲାରେ ସଂକ୍ରମଣ ନାହିଁ। ଗତ ୩-୪ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହରୁ ୧ ହଜାର ବୃଦ୍ଧି ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୩୮୦ ରେ ପହଁଞ୍ଚିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୧୪ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ୧୪୮୯ ଜଣ ଲୋକ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି।
ତେବେ ଦେଶବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୩-୪ ଦିନ ହେଲା ହାରାହାରି ୮ଶହରୁ ୧ ହଜାର ମଧ୍ୟରେ ବୃଦ୍ଧି ପାଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ ପ୍ରାଣ ହରାଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୩୮୦ରେ ପହଞ୍ଚିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୧୪ରେ ପହଞ୍ଚିଥିବା ବେଳେ ୧୪୮୯ ଜଣ ଲୋକ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
ସେପଟେ ଦେଶସାରା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଗଲା। ସେହିପରି କର୍ମକ୍ଷେତ୍ର ଏବଂ ସାଧାରଣ ସ୍ଥାନ ପାଇଁ ଗୃହମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛି। ୫ ଜଣରୁ ଅଧିକ ଲୋକ ଏକାଠି ନ ହେବାକୁ କୁହାଯାଇଛି। ବିବାହ କିମ୍ବା କୌଣସି ସାମାଜିକ ପର୍ବ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହେବ। ବାହାରେ ଛେପ ପକାଇଲେ ଫାଇନ ଲାଗିବ। ପାନ ଗୁଟଖା ବିକ୍ରି ବ୍ୟାନ କରାଗଲା। କାର୍ଯ୍ୟାଳୟକୁ ସିଫ୍ଟ ଅନୁଯାୟୀ ଡିସଇନ୍ଫେକ୍ଟ କରାଯିବ।
ସେପଟେ ଗତ ୨ ଦିନ ଧରି ମୁମ୍ବାଇ ଏବଂ ଦିଲ୍ଲୀରେ ଯେଉଁ ଦୃଶ୍ୟ ଦେଖାଦେଲାଣି ତାହା ଲକଡାଉନ ଉପରେ ବାରମ୍ବାର ପ୍ରଶ୍ନ ଉଠାଇବାରେ ଲାଗିଛି । ଲୋକେ ବହୁ ସଂଖ୍ୟାରେ ବାହାରକୁ ଆସି ଏକାଠି ହୋଇଛନ୍ତି। ପ୍ରବାସୀ ଶ୍ରମିକମାନଙ୍କ ସଂପର୍କରେ ବୁଝିବା ପାଇଁ ସବୁ ଜିଲ୍ଲାପାଳ ଜଣେ ଲେଖାଏଁ ନୋଡାଲ୍ ଅଫିସର ନିଯୁକ୍ତ କରିବେ ଯେଉଁ ମାନେକି ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଣ, ଆଶ୍ରୟସ୍ଥଳୀ ଏବଂ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ।ସେହିପରି ଯେଉଁସବୁ ଅଞ୍ଚଳରେ କର୍ଫ୍ୟୁ ବା ଲକଡାଉନ ନିୟମର ଉଲ୍ଲଂଘନ କରାଯାଇଥିବ, ଦୋକାନ ବଜାର ଖୋଲାଯାଇଥିବ ସେଠାରେ ସରକାରୀ ଅଧିକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରିବାକୁ ଗୃହମନ୍ତ୍ରଣାଳୟ ଚେତାବନୀ ଦେଇଛି। ଏଥିସହିତ
ସେପଟେ ଭାରତରେ କମ ସଂଖ୍ୟାରେ ଲୋକଙ୍କ ପରୀକ୍ଷା କରାଯାଉଥିବା ଅଭିଯୋଗକୁ ଆଜି ସ୍ବାସ୍ଥ୍ୟମନ୍ତ୍ରଣାଳୟ ଖଣ୍ଡନ କରିଛି। ଜାପାନରେ ୧୧.୭ ଟେଷ୍ଟରେ ଜଣେ ପଜିଟିଭ ଆସୁଥିବା ବେଳେ ଭାରତରେ ୨୪ଟି ଟେଷ୍ଟରେ ଜଣେ ପଜିଟିଭ୍ ଆସୁଛନ୍ତି। ଏହା ସବୁଠାରୁ ଅଧିକ ପରୀକ୍ଷାର ପ୍ରମାଣ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କିରଛନ୍ତି। ସେହିପରି ରାପିଡ ଟେଷ୍ଟ ପାଇଁ ୫ ଲକ୍ଷ କିଟ୍ ଆସିଛି। ସେପଟେ ଦେଶରେ ଜୁମ୍ ଆପ୍ର ବ୍ୟବହାର ବଢ଼ିଯାଇଥିବା ବେଳେ ଗୃହମନ୍ତ୍ରଣାଳୟ ଏହା ନିରାପଦ ଆପ୍ ନୁହେଁ ବୋଲି ଚେତାଇ ଦେଇଛନ୍ତି।