LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଖାଉଟି ବଜାରରେ ମହଙ୍ଗା ମାଡ: ଅତ୍ୟାବଶ୍ୟକ ସାମ୍ରଗୀ ତାଲିକାରୁ କଟିଲା ଆଳୁ, ପିଆଜ ଓ ଡାଲି

23/09/2020 at 4:19 PM

ଭୁବନେଶ୍ବର୨୩/୯: ଖାଉଟି ବଜାରରେ ମହଙ୍ଗା ମାଡ। ହୁ ହୁ ହୋଇ ବଢୁଛି ପରିବା ଦର। ବନ୍ୟା, ଲଗାଣ ବର୍ଷା ପରେ ପରିବା ଦର  ଆକାଶ ଛୁଆଁ। ପରିବା ଦର  ଆକାଶ ଛୁଆଁକୁ  ନେଇ  ଖାଉଟି ଚିନ୍ତାରେ ଥିବା ବେଳେ ଅତ୍ୟାବଶ୍ୟକ ସାମ୍ରଗୀ ତାଲିକାରୁ କଟିଲା ଆଳୁ ପିଆଜ ଓ ଡାଲି।

ଖୁଚୁରା ବଜାରରେ  ଆଳୁ ଦର  ୩୫ ଟଙ୍କାରେ ପହଁଞ୍ଚିବାଥିବା ବେଳେ ବେଳେ ପିଆଜ ଦର ୪୫ରୁ ୫୦ ଟଙ୍କାରେ ପହଁଞ୍ଚିଛି । ଅତ୍ୟାବଶ୍ୟକ ସାମ୍ରଗୀ ତାଲିକାରୁ  ଆଳୁ , ପିଆଜ ଓ ଡାଲି  ହଟିବା ନେଇ ରାଜ୍ୟସଭାରେ  ଏସେନସିଆଲ କମୋଡିଟିଜ ଆକ୍ଟ ପାସ ହେବା ପରେ ବଜାରର ସ୍ଥିତ ପରିଖି ଥିଲା ନ୍ୟୁଜ ୭।

ସେପଟେ ଯେଉଁ  ପରିବାରେ ହାତେ ମାରିବେ ଦର  ୫୦ ଉପରେ।  ଭୁବନେଶ୍ବର ଏକ ନମ୍ବର  ମାର୍କେଟ ସମେତ ରାଜଧାନୀର ବିଭିନ୍ନ ସାପ୍ତାହିକ ହାଟ ବଜାରରେ  ପରିବା  ବଢିଚାଲିଛି।  ଧଳା ଗୋଲ ବାଇଗଣ ୭୦, ଲାଲ ବାଇଗଣ ୫୦ ଟଙ୍କା ଥିବା ବେଳେ ବିନ୍ସ ​‌ କେଜି ୧୦୦ଟଙ୍କାରେ ପହଁଞ୍ଚିଛି। କିଛି ଦିନ ତଳେ ୨୫ରୁ ୪୦ ଟଙ୍କରେ ବିକ୍ରି ହେଉଥିବା ଭେଣ୍ଡି ଦର  ପହଂଚିଛି ୬୦ରୁ ୭୦ ଟଙ୍କାରେ। ବଡ ଫୁକୋବି ଗୋଟା ୪୦ରୁ ୫୦ ଟଙ୍କା ଥିବା ବେଳେ କଖାରୁ କିଲୋ ୩୦ ଟଙ୍କାରେ ପହଂଚିଛି। ଟମାଟୋ ୪୦ରୁ ୬୦,  ବନ୍ଦାକୋବି କିଲୋ ୪୦,  କଲରା କିଲୋ୪୦ରୁ ୫୦, ପୋଟଳ ୭୦ ଟଙ୍କାରୁ କମିବାର ଧରୁନି। 

ସେପଟେ ଶାଗ କଥା ନ କହିବା ଭଲ।  ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଖାଉଟି ଓ ମଧ୍ୟବିତ୍ତ। ରାଜ୍ୟରେ ଚାହିଦା ମୁତାବକ ପରିବା ଉତ୍ପାଦନ ହେଉନଥିବାରୁ ପରିବା ପାଇଁ ଓଡିଶା ବାହାର ରାଜ୍ୟ  ଉପରେ ନିର୍ଭରଶୀଳ।  ବାଙ୍ଗାଲୋର , ପଶ୍ଚିମବଙ୍ଗ, ଆନ୍ଧ୍ର, ନାସିକ, ରାଞ୍ଚି ଉପ​‌ରେ ନିର୍ଭରଶୀଳ। ରାଜ୍ୟକୁ ଦୈନିକ ୧୫୦୦ ଶହ ଟନ  ପିଆଜ ଆସୁଥିବା ବେଳେ କେବଳ ଭୁବନେଶ୍ବରରେ ୧୫୦ ଟନ ପିଆଜର ବ୍ୟବହାର କରୁଛନ୍ତି ଗ୍ରାହକ। ରାଜଧାନୀର ପ୍ରମୁ୍‌ଖ‌ ହାଟ କୁହାଯାଉଥିବା  ଏକ ନମ୍ବର ହାଟ, ସହିଦ ନଗର, ରସୁଲଗଡ଼, ଚନ୍ଦ୍ରଶେଖରପୁର, ଶିରିପୁର ,ସୁନ୍ଦରପଦା  ଡୁମୁଡୁମା ଆଦି ପ୍ରମୁଖ ମାର୍କେଟ୍‌ରେ  ପରିବା ଦର ବଢି ଚାଲିଛି।

ପରିବା ଦରର ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିବା ଚାଷୀଙ୍କ କ୍ଷତିଗ୍ରସ୍ତ କରୁଥିବାବେଳ ରାଜ୍ୟରେ ଅଧିକ ପନି ପରିବା ଚାଷ ନେଇ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ଯୋଗାଦେବାକୁ ଚାଷୀଙ୍କ ମହଲରୁ ଦାବି ହୋଇଛି।

   Related Posts