କୋଭିଡ୍ ଭାଇରସ୍ର ଆଉ ଏକ ଭୟଙ୍କର ରୂପ ଜଣା ପଡିଲା, କିଡନୀ ଓ ଫୁସ୍ଫୁସ୍କୁ କରୁଛି କ୍ଷତି, ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବେଶି: ଗବେଷଣାରୁ ତଥ୍ୟ
26/08/2020 at 7:05 PM

ନୂଆଦିଲ୍ଲୀ ୨୬।୦୮: କରୋନା ଭାଇରସ୍ ଭାରତ ସମେତ ପୂରା ଦୁନିଆରେ ପ୍ରାଧ୍ୟାନ୍ୟ ବିସ୍ତାର କରି ଚାଲିଛି। ସମଗ୍ର ବିଶ୍ଵ ସଂପ୍ରତି କରୋନା ସଙ୍କଟ ବିରୋଧରେ ସଂଘର୍ଷ କରୁଛନ୍ତି। ସାରା ଦୁନିଆରେ ୨ କୋଟିରୁ ଅଧିକ ଲୋକ ଏବଂ ଭାରତରେ ୩୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଏହି ଭାଇରସକୁ ନେଇ ଲଗାତାର ନୂତନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ କୋଭିଡ୍-୧୯ର ଏକ ଭୟଙ୍କର ରୂପ ଜଣା ପଡିଛି। ଏକ ନୂତନ ଅଧ୍ୟୟନରୁ ଜଣା ପଡିଛି ଯେ ଏହି ଭାଇରସ୍ରେ ମଣିଷର କିଡନୀ, ଫୁସଫୁସ୍ ଓ ମସ୍ତିଷ୍କ ପରି ଗୁରୁତ୍ଵପୂର୍ଣ୍ଣ ଅଙ୍ଗରେ ରକ୍ତ ଜମାଟ ବାନ୍ଧି ହୋଇ ଯାଉଛି। ଭାଇରସ୍ ବିଶେଷ କରି କିଡନୀ ଓ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଉଛି।
ଉଲ୍ଲେଖଯୋଗ୍ୟ ନିକଟରେ ଦ ଲାସେଣ୍ଟ ମାଇକ୍ରୋବରେ କରୋନା ଭାଇରସ୍ ଉପରେ ଏକ ଅଧ୍ୟୟନ ପ୍ରକାଶ ପାଇଛି। ଏହି ଅଧ୍ୟୟନରୁ ଜଣା ପଡିଛି ଭାଇରସ୍ କାରଣରୁ ରୋଗୀଙ୍କ ଫୁସ୍ଫୁସ୍ ଓ ବୃକ୍କ ବା କିଡନୀରେ ଆଘାତ ଚିହ୍ନ ରହିଛି। ଇମ୍ପିରିୟଲ କଲେଜ୍ ଲଣ୍ଡନ ଓ ଇମ୍ପିରିୟଲ କଲେଜ ହେଲ୍ଥ କେୟାର ଏନଏଚଏସ ଟ୍ରଷ୍ଟର ଗବେଷକଙ୍କ ନେତୃତ୍ଵରେ କରାଯାଇଥିବା ଏହି ଅଧ୍ୟୟନ ଦ ଲାସେଣ୍ଟ ମାଇକ୍ରୋବରେ ପ୍ରକାଶ ପାଇଛି। ଏହି ଅଧ୍ୟୟନରେ ୧୦ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଥିଲା। ଯଦିଓ ଅଧ୍ୟୟନରେ କମ୍ ରୋଗୀଙ୍କୁ ନେଇ ପରୀକ୍ଷଣ ହୋଇଥିଲା ତଥାପି ଏହାକୁ ଇଂଲଣ୍ଡରେ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ରୋଗୀଙ୍କୁ ନେଇ ହୋଇଥିବା ପୋଷ୍ଟମର୍ଟମ ପରୀକ୍ଷଣର ସବୁଠୁ ବଡ ଅଧ୍ୟୟନ କୁହାଯାଉଛି।
ଅଧ୍ୟୟନରୁ ମିଳିଲା ଏହି ତଥ୍ୟ
ଅଧ୍ୟୟନରୁ ଜଣା ପଡିଛି ଯେ, ସମସ୍ତ ରୋଗୀଙ୍କ ଶରୀରରେ ଡିଫ୍ୟୁଜ୍ ଏଲଭିୟୋଲର ଡ୍ୟାମେଜ୍(ଡିଏଡି) ରହିଥିଲା। ଡିଏଡି ଫୁସ୍ଫୁସ୍ରେ ରହିଥିବା ଆଘାତର ଚିହ୍ନକୁ ଚିହ୍ନଟ ପାଇଁ ଏକ ପାର୍ଟନର ବର୍ଣ୍ଣନା ଭାବେ ପ୍ରୟୋଗ କରାଯାଉଥିବା ଏକ ଶବ୍ଦ। ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି କରୋନା ସଂକ୍ରମିତ ହେଲେ ଫୁସ୍ଫୁସ୍ର ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ।
୧୦ ଜଣଙ୍କ ମଧ୍ୟରୁ ୯ ଜଣ ରୋଗୀଙ୍କ ସଂପୂର୍ଣ୍ଣ ଯାଞ୍ଚ ପରେ ଜଣା ପଡିଲା ଯେ ସେମାନଙ୍କ ଶରୀରର ବଡ ଅଙ୍ଗରେ ରକ୍ତ ଜମାଟ ବାନ୍ଧି ହୋଇ ଯାଇଛି। ଥ୍ରୋମ୍ବୋସିସ୍ ସର୍କୁଲେଟ୍ରି ସିଷ୍ଟମ ଜରିଆରେ ସାଧାରଣ ରକ୍ତ ପ୍ରଭାବ ଅଟକି ଯାଏ। ଗବେଷକଙ୍କୁ ୮ ରୋଗୀଙ୍କ ଫୁସ୍ଫୁସ୍, ୫ ରୋଗୀଙ୍କ ହାର୍ଟ ଓ ୪ ରୋଗୀଙ୍କ କିଡନୀରେ ଥ୍ରୋମ୍ବି ଦେଖିବାକୁ ମିଳିଛି।
ସମସ୍ତ ରୋଗୀଙ୍କଠାରେ ରେନଲ ଟ୍ୟୁବ୍ୟୁଲର ଆଘାତର ପ୍ରମାଣ ମିଳିଛି, ଯାହା କିଡନୀରେ ସୃଷ୍ଟି କ୍ଷତ ଚିହ୍ନ ହିଁ ହୋଇଥାଏ। ଏହା କିଡନୀ ଫେଲ୍ କିମ୍ବା ନଷ୍ଟ ହେବାର କାରଣ ହୋଇଥାଏ। ଏହାର ମୁଖ୍ୟ କାରଣ କିଡନୀରେ ରକ୍ତ ପ୍ରଭାବକୁ ପ୍ରଭାବିତ କରିବା। ଏହା ସର୍ବଦା ସେହି ରୋଗୀଙ୍କୁ ପ୍ରଭାବିତ କରିଥାଏ, ଯେଉଁମାନେ ହସ୍ପିଟାଲ ଓ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି।