ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ସବୁ ସହଯାତ୍ରୀଙ୍କୁ ଖୋଜା ଚାଲିଛି, କ୍ବାରାଣ୍ଟାଇନରେ ଘର ଲୋକ ଏବଂ ଚିକିତ୍ସା କରିଥିବା ଡାକ୍ତର...

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର୧୬/୩: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସେହି ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି ଯେଉଁମାନଙ୍କ ସଂସ୍ପର୍ଶରେ ସଂପୃକ୍ତ ରୋଗୀ ଆସିଥିଲେ। ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବ ଏହି ରୋଗୀ ପ୍ରାୟ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ବରରୁ ଫେରିଥିଲେ। ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

{"id":239373,"sizeSlug":"large"}

୧୨୯ ଜଣ ତାଙ୍କ ସହ ଯାତ୍ରା କରିଥିଲେ। ଏହି ୧୨୯ ଜଣ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ସେହି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ୫୩ ଜଣ ରହିଛନ୍ତି। ଏବଂ ୭୬ ଜଣ ହେଉଛନ୍ତି ଟ୍ରେନ ଯାତ୍ରୀ। ଏମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ଏବେ ନଜର ରଖାଯାଇଛି ।

{"id":239376,"sizeSlug":"large"}

ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ପରେ ଏନେଇ ସବିଶେଷ ତଥ୍ୟ ମଧ୍ୟ ନିର୍ଦ୍ଦିଷ୍ଟ ସମୟାନ୍ତରରେ ଦିଆଯାଉଛି। ସମ୍ପୃକ୍ତ ଯୁବକ ଭୁବନେଶ୍ବରରେ ଏବଂ ଟ୍ରେନରେ କାହା କାହା ସହିତ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି। ସେମାନ ସ୍ବାସ୍ଥ୍ୟ ପାରୀକ୍ଷା କରାଯିବ। ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ  ସ୍ବତନ୍ତ୍ର ଭାବେ ରଖାଯାଇ ସ୍ବାସ୍ଥ୍ୟ ପାରକ୍ଷା କରାଯାଉଛି। ସେହିପରି ସେ ଚିକିତ୍ସିତ ହୋଇଥିବା ପ୍ରାଇଭେଟ କ୍ଲିନକକୁ ବନ୍ଦ କରାଯାଇଛି। ସଂପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି।

{"id":239374,"sizeSlug":"large"}

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଭୁବନେଶ୍ବରର ଏହି କରୋନା ରୋଗୀ । ଇଟାଲୀରେ ଗବେଷଣା କରୁଥିବା ଏହି ୩୩ ବର୍ଷିୟ ଯୁବକ ୬ ତାରିଖରେ  ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରେ କିଛି ଦିନ ରହିବା ପରେ ରାଜଧାନୀ ଏକ୍ସପ୍ରେସ ଦେଇ ସେ ୧୨ ତାରିଖରେ ଭୁବନେଶ୍ବରରେ ପହଞ୍ଚିଥିଲେ । ତେବେ ସେ  ଅସୁସ୍ଥ  ଅନୁଭବ କରିବାରୁ ୧୩ ତାରିଖରେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ୧୪ରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୫ ତାରିଖ ବିଳମ୍ବିତ ରାତିରେ ତାଙ୍କ ସ୍ବାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

{"id":239375,"sizeSlug":"large"}

ଆତଙ୍କିତ ନ ହେବାକୁ ସରାକର ଜନସାଧାରଣଙ୍କୁ କହିବା ସହିତ ସାଧାରଣରେ ସତର୍କ ରହିବା ଲାଗି ଅପିଲ କରାଯାଇଛି। ଏବେ ବିଦେଶରୁ କେବଳ ଆସିଥିବା ସମସ୍ତ ବ୍ୟକ୍ତି ନିଜ ସଂପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମ ଜରିଆରେ ଖବର ଦେବେ। ଆଜିଠାରୁ ଆସିଥିବା ଯାତ୍ରୀ ୨୪ ଘଣ୍ଟା ମଧ୍ୟରେ ଏବଂ ପୂର୍ବରୁ ଆସିଥିବା ବ୍ୟକ୍ତି ୪୮ ଘଣ୍ଟା ମଧ୍ୟରେ ନିଜର ସମସ୍ତ ତଥ୍ୟ ଦେବାକୁ କୁହାଯାଇଛି। ଏଥିପାଇଁ ଏକ ପୋର୍ଟାଲ ମଧ୍ୟ ସରକାର ଆରମ୍ଭ କରିଛନ୍ତି। ଏହା ହେଲା covid19.odisha.gov.in। ଓଡ଼ିଶାରେ ଜଣେ ରୋଗୀ ଚିହ୍ନଟ ହୋଇଥିବା ବେଳେ ବିବ୍ରତ ନହେବେ ଲାଗି ରାଜ୍ୟ ବାସୀଙ୍କୁ ସଚେତନ କରିଛନ୍ତି ରାଜ୍ୟ ସରକାର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.