ଫେସବୁକରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ଅଶ୍ଳୀଳ ପୋଷ୍ଟ କରିଥିବା ସବ-ଇନସପେକ୍ଟର ନିଲମ୍ବିତ

Published By : Prameya-News7 Bureau | November 27, 2019 IST

ସୁଲତାନପୁର ୨୭/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ସରକାରଙ୍କୁ ବିରୋଧ କରି ଫେସବୁକରେ ପୋଷ୍ଟ କରିଥିବା ସବ୍-ଇନସପେକ୍ଟର ଆନନ୍ଦ ଗୌତମଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।

{"id":190586,"sizeSlug":"large"}

ପୋଲିସ୍ ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁସାରେ କାଦିପୁର କୋତଓ୍ବାଲି​‌ରେ ମୁତୟନ ସବ୍-ଇନସପେକ୍ଟର ଆନନ୍ଦ ଗୌତମ ନିଜ ଫେସବୁକ୍ ପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ଫଟୋ ଫଟୋସପ୍ କରି ପୋଷ୍ଟ କରିଥିଲେ। ସେ ଗୃହମନ୍ତ୍ରୀ, ଭାଜପା ଏବଂ ଆରଏସଏସଙ୍କ ବିରୋଧରେ ମଧ୍ୟ ଅଶ୍ଳୀଳ କମେଣ୍ଟ କରିଥିଲେ। ସେ ସରକାରଙ୍କ ଉପରେ ଜାତିଆଣ ବିରୋଧରେ କାମ କରିବାର ଅଭିଯୋଗ ମଧ୍ୟ କରିଥିଲେ। ସୋଶିଆଲ ମିଡିଆରେ ନଜର ରଖୁଥିବା ସାଇବର ସେଲ୍ ପୋଲିସ୍ ସୁପରିଟେଣ୍ଡେଣ୍ଟଙ୍କୁ ସବ-ଇନସପେକ୍ଟରଙ୍କ ପୋଷ୍ଟ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ଏସପି ତାଙ୍କୁ ନିଲମ୍ବିତ କରିଥିଲେ।

{"id":190587,"sizeSlug":"large"}

ସେ କହିଥିଲେ ଯେ ସବ-ଇନସପେକ୍ଟରଙ୍କ ଦ୍ବାରା କରାଯାଇଥିବା​ ପୋଷ୍ଟ ଅତ୍ୟନ୍ତ ଆପତ୍ତିଜନକ ଯାହା ପୋଲିସ୍ ସେବା ନିୟମାବଳୀର ବିପରୀତ ଏବଂ ଅନୁଶାସନହୀନତା ଶ୍ରେଣୀରେ ଆସିଥାଏ। ଏଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.