ମୂର୍ତ୍ତି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ

Published By : Prameya-News7 Bureau | September 07, 2021 IST

ଭୁବନେଶ୍ୱର ୦୭/୦୯ : କଟକ ସହର ହେଉଛି ହଜାରେ ବର୍ଷର ସହର । କୋଭିଡ ଗାଇଡ଼ ଲାଇନ ଆଳରେ ମୂର୍ତ୍ତିକୁ ଛୋଟ କରି ଧର୍ମୀୟ ଭାଵନା ସହ କୁଠାର ଘାତ କରିଛନ୍ତି ସରକାର । କଟକ ସହ ସାରା ରାଜ୍ୟରେ ପୂର୍ଣାବୟବ ମୃଣ୍ମୟୀ ମୂର୍ତି ହେଉ । ଏହାସହ ସବୁ ମୂର୍ତ୍ତି ଉପରୁ ପରଦା ହଟାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ।

ସେ କହିଛନ୍ତି ପୂଜା କରିବାକୁ ସୁଯୋଗ ଦିଆଯାଉ । ଏନେଇ ବାଚସ୍ପତି ରୁଲିଙ୍ଗ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସୂଚନା ଥାଉକି, କରୋନା ପାଇଁ ପୂଜାରେ ମାଆଙ୍କ ମୂର୍ତ୍ତି ଛୋଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ବିରୋଧ କରିଛନ୍ତି କଟକ ସମସ୍ତ ଦୂର୍ଗାପୂଜା କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.