ଶେଷ ହେଲା ‘ସାମ୍ ବାହାଦୁର’ର ପୁରା ଶୁଟିଂ, ଭାବୁକ ହୋଇ ଭିକି ସେୟାର କଲେ ପୋଷ୍ଟ
15/03/2023 at 2:02 PM

ମୁମ୍ଵାଇ ୧୫।୦୩: ବଲିଉଡ୍ ଅଭିନେତା ଭିକି କୌଶଲ । ସେ ଖୁବ୍ ଶୀଘ୍ର ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ସାମ ବାହାଦୂରରେ ନଜେ ଆସିବେ। ବର୍ତ୍ତମାନ ଫିଲ୍ମର ପୁରା ଶୁଟ ଶେଷ ହୋଇଛି। ଏହାର ସୂଚନା ଭିକି ନିଜେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଭିକି ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହା ସହ ଭାବପ୍ରବଣ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେୟାର ହୋଇଥିବା ଫଟୋରେ ସେ ସାମ ମାନେକ୍ସାଙ୍କ ଲୁକରେ ନଜର ଆସିଛନ୍ତି ।
ଭିକି ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଭାବପ୍ରବଣ ହୋଇ କ୍ୟାପସନରେ ଲେଖିଥିଲେ, ‘କୃତଜ୍ଞତା, କୃତଜ୍ଞତା ଏବଂ କେବଳ କୃତଜ୍ଞତା … ପ୍ରକୃତ କିମ୍ବଦନ୍ତୀର ଜୀବନ ଦେଖାଇବାର ଏହି ପ୍ରକ୍ରିୟାର ଏକ ଅଂଶ ହୋଇଥିବାରୁ, ଏହି ଟିମ୍ର ଅଂଶ ହୋଇଥିବାରୁ, ଯିଏ ବାସ୍ତବରେ ନିଜର ସବୁ କିଛି ଦେଇ ଦେଇଛନ୍ତି। ବହୁତ କିଛି ଶିଖିବାକୁ ମିଳିଲା … ତୁମ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ବହୁତ କିଛି ଅଛି ।
ତାଙ୍କ ପୋଷ୍ଟର କ୍ୟାପସନରେ ଭିକି ଟିମ୍ ବିଷୟରେ ଅଧିକ ଉଲ୍ଲେଖ କରି ଲେଖିଛନ୍ତି, ‘ମେଘନା, ରୋନି, ମୋର ଚମତ୍କାର କୋ-ଷ୍ଟାର, ଅବିଶ୍ୱସନୀୟ ଟିମ୍ … ମାନେକ ଶା ପରିବାର, ଭାରତୀୟ ସେନା ଏବଂ ଏଫଏମ ସାମ ଏଚଏଫଜେ। ମାନେକଙ୍କୁ ଧନ୍ୟବାଦ! ସାମ ବାହାଦୂର ଚଳଚ୍ଚିତ୍ର ଶୁଟ୍ ସମ୍ପୂର୍ଣ୍ଣ ହୋଇଛି । ୧ ଡିସେମ୍ବର ୨୦୨୩ ରେ ସମସ୍ତଙ୍କୁ ସିନେମା ଘରେ ଭେଟିବା । କହିବା ଯେ ସାମ ବାହାଦୂର ୨୦୨୩ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଯାହା ପାଇଁ ଦର୍ଶକ ମଧ୍ୟ ଉତ୍ସାହିତ ଅଛନ୍ତି। ଭିକିଙ୍କ ସହ ଫାତିମା ସାନା ଶେଖ ଏବଂ ସାନିଆ ମଲହୋତ୍ରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।