କମ୍ପାନୀରେ ନାହାନ୍ତି Boss, ନିଜେ କର୍ମଚାରୀ ନିର୍ଦ୍ଧାରଣ କରୁଛନ୍ତି ସେମାନଙ୍କ ବେତନ

Published By : Prameya-News7 Bureau | March 02, 2020 IST

କମ୍ପାନୀ କହିଲେ କର୍ମଚରୀ ଓ ତାଙ୍କ ବସ୍‌ଙ୍କୁ ବୁଝାଯାଏ। ବସ୍ ତାଙ୍କ ସଂସ୍ଥାର କାର୍ଯ୍ୟପନ୍ଥା ସ୍ଥିର କରନ୍ତି ଓ କର୍ମଚାରୀଙ୍କୁ ଟାର୍ଗେଟ୍ ହାସଲ ଲାଗି ପ୍ରେରଣା ଦିଅନ୍ତି। ଏଥିରେ ସଫଳ କର୍ମଚାରୀମାନେ ପଦୋନ୍ନତି ସାଙ୍ଗକୁ ମୋଟା ଅଙ୍କର ବେତନ ସାଙ୍ଗକୁ  ଅନ୍ୟ ପ୍ରୋତ୍ସାହନ ମଧ୍ୟ ପ୍ରାପ୍ତ କରନ୍ତି। ହେଲେ ବିଶ୍ୱରେ ଏମିତି ଏକ କମ୍ପାନୀ ଅଛି ଯାହାର କେହି ମାଲିକ ନାହାନ୍ତି। କର୍ମଚାରୀ ହିଁ ଏଠାରେ ସବୁ କିଛି ।  କମ୍ପାନୀର କାରବାର ବଢାଇବା ସହ କର୍ମଚାରୀ ନିଜେ ନିଜର ଦରମା ବି ନିର୍ଦ୍ଧାରଣ କରନ୍ତି। ଯଦି ବିଶ୍ୱାସ ନ ହେଉଛି ତେବେ ଆସନ୍ତୁଜାଣିବା ବ୍ରିଟେନର ଗ୍ରାଣ୍ଟ ଟ୍ରି କମ୍ପାନୀ ସମ୍ପର୍କରେ।

{"id":231534,"width":579,"height":380,"sizeSlug":"large"}

ବ୍ରିଟେନ ଏକମାତ୍ର ଦେଶ ଯିଏ ଏକଦା ସମଗ୍ର ବିଶ୍ୱ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ବ୍ରିଟିଶ ନିୟମରେ ହିଁ ଏବେ ପରିଚାଳିତ ହେଉଛନ୍ତି ଅଧିକାଂଶ ବାଣିଜ୍ୟିକ ସଂସ୍ଥା। ହେଲେ ସେହି ଦେଶର ରାଜଧାନୀରେ ଥିବା ଗ୍ରାଣ୍ଟ ଟ୍ରି କମ୍ପାନୀ କିନ୍ତୁ ସୃଷ୍ଟି କରିଛି ଭିନ୍ନ ଉଦାହରଣ। ଏହି କମ୍ପାନୀର କେହି ମାଲିକ ନାହାନ୍ତି କି କର୍ମଚାରୀଙ୍କ ଉପରେ କେହି ମାଲିକାନା ଜାହିର କରନ୍ତିନି। ଏଠାରେ କର୍ମଚାରୀ ହିଁ ସବୁକିଛି। ଏହି କମ୍ପାନୀ ବ୍ୟବସାୟୀକ ସଂସ୍ଥାଙ୍କୁ ସରକାରୀ ପାଣ୍ଠି ଯୋଗାଇଦେବାରେ ସହାୟତା କରିଥାଏ। ଏଥିରୁ ମିଳୁଥିବା କନସଲ୍ଟାନ୍ସି ଫି ହିଁ କମ୍ପାନୀର ସବୁକିଛି।

{"id":231535,"sizeSlug":"large"}

ଏହି କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୪୫। ସେହିମାନେ ହିଁ ସେମାନଙ୍କର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ କେତେ ବେତନ ନେବେ ତାର ବି ନିଷ୍ପତ୍ତି କରନ୍ତି। ନିକଟରେ କମ୍ପାନୀର ଜନୈକା ମହିଳା କର୍ମଚାରୀ ତାଙ୍କ ବାର୍ଷିକ ବେତନରେ ଏକକାଳୀନ ୬ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି। ସେ ପୂର୍ବରୁ ବାର୍ଷିକ ୨୭ଲକ୍ଷ ଟଙ୍କା ବେତନ ନେଉଥିଲେ। ଏବେ ତାହାକୁ ବଢାଇ ୩୩ ଲକ୍ଷ ଟଙ୍କା କରିଦେଇଛନ୍ତି। ତେବେ ଏଠାରେ କର୍ମଚାରୀଙ୍କୁ ବେତନ ବୃଦ୍ଧି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସାଥୀ କର୍ମଚାରୀଙ୍କ ସହ ପରାମର୍ଶ କରିଥାନ୍ତି। ଏ ନେଇ ସମସ୍ତଙ୍କ ସହମତି ପରେ ବେତନ ବୃଦ୍ଧି ହୁଏ। କମ୍ପାନୀର କର୍ମଚାରୀ ସିସିଲିଆ ମଣ୍ଡୁକାଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.