ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ, ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର

Published By : Prameya-News7 Bureau | August 28, 2023 IST

ବାରିପଦା:  "ଶିମିଳିପାଳ ଅଭୟାରଣ୍ୟରେ ଥିବା ମହାବଳଙ୍କ ରଙ୍ଗ ବଦଳୁଛି। ଏହି ଖବର ଏବେ ଚର୍ଚ୍ଚାରେ। କଳା ରଙ୍ଗର ଅଂଶ ବେଶି ଥିବା ମହାବଳ ବାଘର ଫଟୋ ସାମ୍ନାକୁ ଆସିବା ପରେ ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କେଉଁ କାରଣରୁ ମହାବଳ ବାଘର ଏଭଳି ରୂପ ଦେଖିବାକୁ ମିଳିଛି ତାର ଗବେଷଣା ଚାଲିଛି।

wp:heading {"level":4}

ଅଧିକ ପଢନ୍ତୁ- ବିଶ୍ୱ ବାଘ ଦିବସ: ଦିନେ ଥିଲେ ମାତ୍ର ୨୬୮ ବାଘ, ଆଜି ବିଶ୍ୱର ୭୫% ବାଘ ଭାରତରେ

/wp:heading

ବଦଳୁଛି ମହାବଳ ବାଘର ରଙ୍ଗ । ଶିମିଳିପାଳରେ ଥିବା ମହାବଳର ରଙ୍ଗ ବଦଳୁଛି । ଟ୍ରାପ୍ କ୍ୟାମେରାରେ କଏଦ ହୋଇଥିବା ମହାବଳର ଚିତ୍ର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୧୯୭୫ରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏଭଳି କଳା ପ୍ରଜାତିର ମହାବଳ ବାଘ ବା ମିଲେନିଷ୍ଟିକ୍ ଟାଇଗର୍ ଦେଖିବାକୁ ମିଳିଛି । ୨୦୦୭ ରେ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଏଭଳି ଏକ କଳା ମହାବଳ ବାଘର ଫଟୋ ସାମ୍ନାକୁ ଆସିଥିଲା । ସେବେ ଠାରୁ ଏହା ଉପରେ ଅନେକ ଗବେଷଣା ଜାରି ରହିଛି । ଗବେଷଣାରୁ ଜଣାପଡିଛି ଯେ ଏହା ଜନ୍ମ ସମ୍ବନ୍ଧି ଏକ ଜେନେଟିକ୍ ପରିବର୍ତ୍ତନ । ଯାହା ବାଘଙ୍କ କ୍ଷେତ୍ରରେ ସ୍ଵାଭାବିକ ଅଟେ । କେବଳ ବାଘ ନୁହନ୍ତି ହରିଣ, ଚିତାବାଘ, ବଣ ବିଲେଇ ପରି ଅନେକ ପ୍ରଜାତିର ପ୍ରାଣୀଙ୍କ କ୍ଷେତ୍ରରେ ଏହି ଜେନେଟିକ୍ ପରିବର୍ତ୍ତନ ବି ଦେଖାଯାଇଥାଏ ।

{"id":837222,"sizeSlug":"full","linkDestination":"none"}

ପରିବେଶବିତ୍ ମଧ୍ୟ ଏଭଳି କଳା ଅଂଶ ଅଧିକା ଥିବା ପ୍ରଜାତିର ମହାବଳ ବାଘଙ୍କ ସମ୍ପର୍କରେ କିଛିଟା ଅଧ୍ୟୟନ କରିଛନ୍ତି। ସେମାନଙ୍କ ମତରେ ଏହା ସଂପୂର୍ଣ୍ଣ ସ୍ବଭାବିକ ନୁହେଁ। ମହାବଳ ବାଘ ନିଜ   ବର୍ଗର ବାଘଙ୍କ ପରିଧି ବାହାରକୁ ଯାଇ ପ୍ରଜନନ କରିବା ଦ୍ବାରା ଏଭଳି ଜନ୍ମସମ୍ବନ୍ଧୀ ଅସାମଞ୍ଜସ୍ୟତା ଦେଖା ଦେଇଛି। ତେବେ ଏହାଦ୍ବାରା ବାଘର ସ୍ବାସ୍ଥ୍ୟ ଓ ପରିବାର ଉପରେ ଏଯାଏଁ କୌଣସି ପ୍ରତିକୂଳ ପ୍ରଭାବ ପଡିନାହିଁ।

wp:heading {"level":4}

ଅଧିକ ପଢନ୍ତୁ- ଟାଇଗର ଷ୍ଟେଟ୍ ମାନ୍ୟତା ବଜାୟ ରଖିଲା ମଧ୍ୟ ପ୍ରଦେଶ, ୭୮୫ ବାଘ ସହ ପ୍ରଥମ ସ୍ଥାନରେ, କର୍ଣ୍ଣାଟକରେ ୫୬୩ ବାଘ

/wp:heading

ଚଳିତ ବର୍ଷ ମଶିମିଳିପାଲରେ ଏକ କଳାବାଘର ମୃତଦେହ ଠାବ କରାଯାଇଥିଲା । ବିଶ୍ବରେ ବହୁ କମ ସଂଖ୍ୟାରେ ଏଭଳି ବିରଳ ପ୍ରଜାତିର କଳା ବାଘ ଶମିଳିପାଳରେ ଦେଖାଯାଉଥିବା ବେଳେ ସେମାନଙ୍କ ସଂଖ୍ୟା କେତେ ତାହା ନିର୍ଦ୍ଧିଷ୍ଟ ଜଣାପଡିନାହିଁ । ତେବେ ଶମିଳିପାଳରେ ପୂର୍ବରୁ ୧୮ ଟି ମହାବଳ ଥିବା ବେଳେ ନିକଟରେ ପ୍ରକାଶିତ ବାଘ ଗଣାନା ରିପୋର୍ଟ ଅନୁସାରେ ଏଠାରେ ଏବେ ୨୦ ଟି ବାଘ ଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.