୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡିଲେ ସମବାୟ ସମ୍ପାଦକ
13/03/2023 at 9:31 PM

ଭଦ୍ରକ: ଚାଷୀଙ୍କ ଧାନ କିଣିବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମବାୟ ସମ୍ପାଦକ। ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି।
ସୂଚନାଯୋଗ୍ୟ ଯେ, ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ ନିଜର ୨୪୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ । ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ । ପ୍ରଥମେ ସମ୍ପାଦକ ୯ ହଜାର ୬୦୦୦ ଟଙ୍କା ମାଗିଥିଲେ । କିନ୍ତୁ ଶ୍ରୀଧର ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ ।

ଆଜି ସନ୍ଧ୍ୟା ବେଳେ ସମ୍ପାଦକଙ୍କୁ ତାଙ୍କ ଘର ସମ୍ମୁଖରେ ଟଙ୍କା ଦେବା ବେଳେ ଜଗି ରହିଥିବା ଭିଜିଲାନ୍ସର ୭ ଜଣିଆ ଟିମ ମାଡି ବସିଥିଲେ। ଟଙ୍କା ଜବତ ସହ ସମ୍ପାଦକଙ୍କୁ ଅଟକ ରଖି ତନାଘନା କରୁଛି ଭିଜିଲାନ୍ସ । ତେବେ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଭିଜିଲାନ୍ସ ଅଧିକାରୀ ।