ଲାଞ୍ଚନେବା ବେଳେ ଧରାପଡ଼ିଥିଲେ କିରାଣୀ; ସରକାରୀ ଏବଂ ବ୍ୟକ୍ତିଗତ ଘରେ ଭିଜିଲାନ୍ସର ଚଢ଼ଉ

Published By : Prameya-News7 Bureau | September 27, 2022 IST

କୋରାପୁଟ ୨୭/୦୯: ତହସିଲ ଅଫିସ୍‌ର କିରାଣୀ ଲାଞ୍ଚ ନେବାବେଳେ ଧରାପଡ଼ିବା ଘଟଣା। କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲର କିରାଣୀ ସତ୍ୟ ନାରାୟଣ ଦଳେଇ ଡଙ୍ଗର ଜମିକୁ ଘରବାଡ଼ି ପଟ୍ଟା କରାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲା। ତାଙ୍କର କୋରାପୁଟ ସରକାରୀ ବାସଭବନ ସହିତ ପଟାଙ୍ଗୀରେ ଥିବା ଘରେ ଏକ ସଙ୍ଗେ ଭିଜିଲାନ୍ସ ଟିମର ଚଢ଼ଉ କରୁଥିବା ଜଣାପଡ଼ିଛି। ଦୁଇଟି ୮ ଜଣିଆ  ଭିଜିଲାନ୍ସ ଟିମ୍‌ ଏହି ଟିମ୍ ଚଢ଼ଉ କରୁଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.