ହକି ବିଶ୍ଵକପ୍ ଭିତ୍ତିଭୂମୀର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ, ଏପଟେ ଟିକେଟ୍ ନମିଳିବାରୁ ଅସନ୍ତୋଷ ହକି ପ୍ରେମୀ

Published By : Prameya-News7 Bureau | December 19, 2022 IST

ରାଉରକେଲା/ଭୁବନେଶ୍ଵର: ହକି ବିଶ୍ଵକପ୍ ଭିତ୍ତିଭୂମୀର ସମୀକ୍ଷା ପାଇଁ ରାଉରକେଲା ଗସ୍ତରେ ଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇବ୍-ଟି ସଚିବ। ପୁରୁଷ ହକି ବିଶ୍ବ କପକୁ ଆଉ ରହିଲା ମାତ୍ର୨୩ ଦିନ । ରାଉରକେଲାରେ ନିର୍ମାଣଧୀନ ଦେଶର ସର୍ବବୃହତ ହକି ଷ୍ଟାଡିୁୟମକୁ ବୁଲି ଦେଖିବା ସହ ବିଶ୍ଵ କପ୍ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେପଟେ ଆଜିଠାରୁ ଭୁବନେଶ୍ଵର ଓ ରାଉରକେଲାରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ଟିକେଟ୍ ସରିଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଗ୍ରାଉଣ୍ଡରେ ଚାଲିଛି ପୁରୁଷ ହକି ବିଶ୍ବକପ୍ ପ୍ରସ୍ତୁତିର ସମୀକ୍ଷା । ରାଉରକେଲାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,  ଫାଇବ- ଟି ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ପହଞ୍ଚି ନିର୍ମାଣଧିନ ଦେଶର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ଷ୍ଟାଡିୟମ୍ ବୁଲି ଦେଖିଥିଲେ ।  ବୀର ବିର୍ସା ମୁଣ୍ଡା ହକି ଷ୍ଠାଡ଼ିୟମ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏହା ସହ ବିମାନ ବନ୍ଦରର ସଂପ୍ରସାରଣ କାମ ମଧ୍ୟ ତଦାରଖ କରିଥିଲେ ଏହି ଅଧିକାରୀମାନେ।

{"id":723104,"sizeSlug":"full","linkDestination":"none"}

ଆନ୍ତର୍ଜାତିକ ଖେଳାଳିଙ୍କ ରହିବା ଓ ଖାଇବା ବ୍ୟବସ୍ଥା, ସହରର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ବିକ କାର୍ଯ୍ୟ , ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥା ଆଦିର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ।   ଆସନ୍ତା ଜାନୁଆରୀ ୧୩ରେ ଭୁବନେଶ୍ବର ସହ ରାଉରକେଲାରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ବ କପ । ଏହା ପୂର୍ବରୁ ଆସନ୍ତା ୨୪ ରୁ ୨୬, ତିନି ଦିନ ଧରି ସାଉଥ କୋରିଆ ଜୁନିଅର ଟିମ୍ ସହ ହକି ଇଣ୍ଡିଆର ଜୁନିଅର ଟିମ୍ ଏଠାରେ ବନ୍ଧୁତା ମ୍ୟାଚ ଖେଳିବ ।

ରାଉରକେଲାରେ ହକି ବିଶ୍ବକପ ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ । ଆଜିଠାରୁ ଅଫ ଲାଇନ ଟିକେଟ ବିକ୍ରି ହେବା ଖବର ପାଇ ଷ୍ଟାଡିୟମ୍ ଗେଟ ନମ୍ବର-ଟୁ ଏବଂ ସିକ୍ସରେ ଲମ୍ବା ଲାଇନ ଲଗାଇଥିଲେ ଦର୍ଶକ । ହେଲେ ଭାରତ ମ୍ୟାଚ୍ର ଟି ଟିକଟ ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସମାନ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ବରରେ । ଦିନ ୧୧ ଟାରୁ କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ରେ ଅଫଲାଇନ୍ ଟିକେଟ ବିକ୍ରି ହେବା କଥା । କିନ୍ତୁ ଟିକେଟ ରିଜର୍ଭ ପୋଲିସ ପଡିଆର ଅସ୍ଥାୟୀ କାଉଣ୍ଟରରେ ବିକ୍ରି ହୋଇଥିଲା । ହେଲେ ଘଣ୍ଟାଏ ପରେ ସରିଯାଇଥିଲା ଭାରତ ମ୍ୟାଚ୍ର ସବୁ ଟିକେଟ୍ ଏପରିକି ଅନଲାଇନ୍ ଟିକେଟ କାଟିଥିବା ରିଡିମ ଟିକେଟ ମଧ୍ୟ ୧୯ ତାରିଖର ଉପଳବ୍ଧ ନଥିଲା ।

{"id":723106,"sizeSlug":"full","linkDestination":"none"}

ଦୂରଦୂରାନ୍ତରୁ ଆସିଥିବା ଦର୍ଶକ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ସବୁ ମହଲରେ ଘୋର ଅସୋନ୍ତଷ ଦେଖାଦେଇଛି । କେବଳ ସେତିକି ନୁହେଁ କାଉଣ୍ଟରରେ ଜଣେ ଦର୍ଶକ ସର୍ବାଧିକ ୨ ଟି ଟିକେଟ୍ କିଣିପାରିବେ । ତାହା ପୁଣି ନିଜ ପରିଚୟ ପତ୍ର ଦେଇ। କିନ୍ତୁ ଜଣେ ଏକା ସାଙ୍ଗରେ ୧୦ ରୁ ଅଧିକ ଟିକେଟ କିଣିଥିବା ଦେଖିବାକୁ ମିଳିଛି । ଏନେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ପଚରା ଯିବାରୁ ସେ କହିଛନ୍ତି ଏଭଳି ପରିସ୍ଥିତି ହେବାକଥା ନୁହେଁ । ଯଦି କିଛି ତ୍ରୁଟି ବିଚ୍ୟୁତି ଅଛି ତେବେ ତାହା ଅତି ଶୀଘ୍ର ସମାଧାନ କରାଯିବ । 

ସେପଟେ ହକି ବିଶ୍ବକପ ପାଇଁ ଭୁବନେଶ୍ବର ସଜେଇ ହେବା ଆରମ୍ଭ ହୋଇସାରିଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ପାର୍କିଂ ସ୍ଥଳକୁ ସୁନ୍ଦର କରାଯାଉଛି । ଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ହକି ପ୍ରେମୀଙ୍କୁ କିଭଳି ଷ୍ଟାଡିୟମ ସହଜରେ ମିଳିପାରିବ ସେନେଇ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ୧୧ ତାରିଖ ରେ କଟକ ବାରବାଟୀ ଷ୍ଟାଡିୟମ୍ରେ ହକି ମହାକୁମ୍ଭର ଉଦଘାଯନୀ ଉତ୍ସବ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.