ଆସନ୍ତାକାଲି ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
30/08/2020 at 7:46 PM

ଭୁବନେଶ୍ବର୩୦/୮: ଆସନ୍ତାକାଲି ରାଜ୍ୟର ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସହ ରିଲିଫ ବଣ୍ଟନ ଜାରି ରହିଛି । ଆସନ୍ତାକାଲି ଦିନ ୧୦ଟାରୁ ୧୧ଟା ଭିତରେ ଜଳସ୍ତର କମିପାରେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।