ଭୂମି ଅଧିକାର ପତ୍ର ପାଇଁ ଡ୍ରୋନ ସର୍ଭେ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍‌ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 10, 2022 IST

ବ୍ରହ୍ମପୁର ୧୦/୧୧: ବ୍ରହ୍ମପୁର ମହାନଗର ନିଗମରେ ଗୁରୁବାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଯୋଗାଇବା ପାଇଁ ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମକୁ ଭାରୁଚୁଆଲ୍ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କାର୍ଯ୍ଯକ୍ରମ ମାଧ୍ୟମରେ ହିତାଧୀକାରୀ ଉପକୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଗରୀବ ଜନ ସାଧାରଣଙ୍କ ସାଥିରେ ରହିଛନ୍ତି । ୧୫୦୦୦ ହିତାଧୀକାରୀଙ୍କୁ ଜାଗା ମିଶନରେ ଭୂମି ଯୋଗାଇବାକୁ ମହାନଗର ନିଗମ ଲକ୍ଷ୍ଯ ରଖିଥିବା କହିଛନ୍ତି ସେ କହିଛନ୍ତି। ଏହି ପଦକ୍ଷେପକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ଯବାଦ୍ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗଞାମ ଜିଲ୍ଲାପାଳ, ବିଏମସି କମିଶନର, ସ୍ଥାନୀୟ ବିଧାୟକ,  ମେୟର୍,  ସମସ୍ତ କୋର୍ପୋରେଟର ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.