ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ଉଦଘାଟିତ

Published By : Prameya-News7 Bureau | June 03, 2022 IST

ଫୁଲବାଣୀ ୦୩/୦୬ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରା ଖୋଲରେ ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗିବାଡ଼ି ବିଧାୟକ ସାଲୁଗା ପ୍ରଧାନ, ଛାତ୍ରୀ ସୋନାଲି କହଁର, ଜିଲ୍ଲାପାଳ ଡକ୍ଟର ଵୃନ୍ଦା.ଡି. ଯୋଗ ଦେଇଥିଲେ।

ଏସବୁ ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟଗୁଡିକ ସିକ୍ସ ର ସ୍ମାର୍ଟକ୍ଲାସ ରୁମ, ଇ -ଲାଇବ୍ରେରୀ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଉନ୍ନତମାନର ଖେଳ ପଡ଼ିଆ, ଆକର୍ଷଣୀୟ ଡ଼ିଜାଇନ ଗେଟ, ବିଭିନ୍ନ ରଙ୍ଗ ଲଗାଇ ଆକର୍ଷଣୀୟ କରାଯାଇଛି l ଏହା ପୂର୍ବରୁ ପ୍ରଥମ ପ୍ରର୍ଯ୍ୟାୟରେ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା। ସରକାରଙ୍କ ରୂପାନ୍ତୀକରଣ କାର୍ଯ୍ୟକ୍ରମ ଦ୍ଵାରା ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ, ଶୈଖିକ ବାତାବରଣ, ସହିତ ଅଡ଼ିଓ ଭିଜୁଆଲ ମାଧ୍ୟମରେ ଛାତ୍ର ଛାତ୍ରୀ ସହଜରେ ପାଠ ବୁଝି ପାରିବେ ବୋଲି ବିଡ଼ିଓ ଚକାପାଦ ଅନିଲ ପଟ୍ଟନାୟକ କହିଛନ୍ତି l

ଚକାପାଦ ବ୍ଳକର ୭ ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ ହୋଇଥିବା ବେଳେ ଫୁଲବାଣୀ ବ୍ଲକରେ ୬ଟି ସ୍କୁଲ, ଖଜୁରିପଡ଼ାର ୬ଟି ସ୍କୁଲ, ଫିରିଙ୍ଗିଆର ୮ଟି ସ୍କୁଲ, ରାଇକିଆ ୬ଟି, ଜି. ଉଦୟଗିରିରେ ୬, ଦାରିଙ୍ଗିବାଡିରେ ୭ଟି, ବାଲିଗୁଡାରେ ୬ଟି, ତୁମୁଡ଼ିବନ୍ଧ ବ୍ଲକରେ ୫ଟି, କୋଟଗଡ଼ରେ ୬ଟି, କ. ନୂଆଗାଁରେ ୫ଟି, ଟିକାବାଲିରେ ୫ଟି  ସ୍କୁଲ ଏପରି ମୋଟ ୭୩ଟି  ଉଚ୍ଚବିଦ୍ୟାଳୟ ଉଦଘାଟିତ ହୋଇଛି lଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ୱରଞ୍ଜନ ନାୟକଙ୍କ ସହିତ ସମସ୍ତ ଲୋକ ପ୍ରତିନିଧ,  ବ୍ଲକ ଉନ୍ନୟନ ଅଧିକାରୀ, ଯନ୍ତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟଲୋକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ l ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.