ଗୁରୁ ଦିବସରେ ଗୁରୁଙ୍କ ଉପରେ କଳଙ୍କ ଛିଟା, ମାଟ୍ରିକ ପରୀକ୍ଷା ସାର୍ଟିଫିକେଟ ପାଇଁ ଟଙ୍କା ନେଉଛନ୍ତି ପ୍ରଧାନ ଶିକ୍ଷକ !

Published By : Prameya-News7 Bureau | September 05, 2022 IST

କୋରାପୁଟ: ଗୁରୁଦିବସରେ ଗୁରୁଙ୍କ ଉପରେ ଲାଗିଲା କଳଙ୍କ ଛିଟା। ଏଭଳି କିଛି ଦୃଶ୍ୟ ଆଜି କୋରାପୁଟରେ ଦେଖିବାକୁ ମିଳିଛି। କୋରାପୁଟ ବ୍ଳକ୍ ଉମୁରି ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଉମୁରି ପଞ୍ଚାୟତର ସରପଞ୍ଚ ସହ କିଛି ଅବିଭାବକ। କୋରାପୁଟ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ପ୍ରଧାନ ଶିକ୍ଷୟତ୍ରୀ ବିରୁଦ୍ଧରେ କରିଛନ୍ତି ଅଭିଯୋଗ।

ରାଜ୍ୟ ସରକାର ଏସସି ଏସଟି ପିଲାମାନଙ୍କୁ ମାଗଣା ଆଡ଼ମିଶନ ବ୍ୟବସ୍ଥା କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ନେଇଛନ୍ତି ଟଙ୍କା । ମାଟ୍ରିକ ପରୀକ୍ଷା ସାର୍ଟିଫିକେଟ ପାଇଁ ନେଉଛନ୍ତି ଟଙ୍କା ସହ ହୋଷ୍ଟେଲ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ଭଳି ଅଭିଯୋଗ କରିଛନ୍ତି ଅବିଭାବକ। ଏନେଇ ପ୍ରଧାନ ଶିକ୍ଷୟତ୍ରୀ ସହ ଆଲୋଚନା କଲେ ଟଙ୍କା ଫେରାଇ ଦିଆଯିବା କହି ଫେରାଇନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଉକ୍ତ ଅଭିଯୋଗର ତୁରନ୍ତ ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଏଭଳି ସଙ୍ଗୀନ ଅଭିଯୋଗ ବିରୁଦ୍ଧରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ସବିତା ବେହେରା ସମସ୍ତ ଅଭିଯୋଗ ଭିତ୍ତିହୀନ କହିବା ସହ ଆଜି ପରି ଦିନରେ ଏଭଳି କଳଙ୍କ ଲାଗିଥିବାରୁ କେମେରା ସାମ୍ନାରେ କାନ୍ଦି ପକାଇଛନ୍ତି। ତେବେ ତଦନ୍ତ ପରେ ଏଭଳି ସାଂଘାତିକ ଘଟଣାର ସତ୍ୟାସତ୍ୟ  ସାମ୍ନାକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.