scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଶୋଧିତ ପେଟ୍ରୋଲିୟମ ଉପରେ ୱିଣ୍ଡ୍‌ଫଲ୍‌ ଟ୍ୟାକ୍ସ ହ୍ରାସ କଲେ ସରକାର

2/05/2023 at 5:59 PM

ନୂଆଦିଲ୍ଲୀ, ୦୨/୦୫: ଅଶୋଧିତ ପେଟ୍ରୋଲିୟମ ଉପରେ ଲାଗୁଥିବା ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ହ୍ରାସ୍‌ କରିଛନ୍ତି କେନ୍ଦ୍ର ସରକାର। ସରକାର ଏହି ଓ୍ବିଣ୍ଡଫଲ୍‌ ଟ୍ୟାକ୍ସକୁ ପ୍ରତି ଟନ୍‌ ପିଛା ୪୧୦୦ ଟଙ୍କାକୁ ହ୍ରାସ କରିଛନ୍ତି। ଯାହାକି ପୂର୍ବରୁ ୬୪୦୦ ଟଙ୍କା ପ୍ରତି ଟନ୍‌ ରହିଥିଲା। ଏହି ନୂଆ ଦର ମଙ୍ଗଳବାର ଲାଗୁ ହୋଇଛି। ସେହିପରି ପେଟ୍ରୋଲ୍-ଡିଜେଲ୍‌ ଏବଂ ଆଭିଏସନ ଟରବାଇନ ଇନ୍ଧନ (ATF) ଉପରେ ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ଶୂନ୍ୟ ରଖାଯାଇଛି। ଅର୍ଥାତ୍‌ ଏହି ପେଟ୍ରୋଲିୟମ୍‌ ଉତ୍ପାଦ ଉପରେ କୌଣସି ଓ୍ବଣ୍ଡ୍‌ଫଲ୍‌ ଟ୍ୟାକ୍ସ ଲାଗୁହେବନାହିଁ।

ପ୍ରକୃତରେ ବେସରକାରୀ ବିଶୋଧନଗାରମାନେ ଅନ୍ତର୍ଜାତୀୟ ବଜାରରେ ବିକି ଏହି ପେଟ୍ରୋଲିୟମ ଉତ୍ପାଦ ଉପରେ ଅଧିକ ଲାଭ କମାଉଥିଲେ ଏବଂ ଘରୋଇ ବଜାର ପରିବର୍ତ୍ତେ ସେଠାରେ ବିକିବାକୁ ଚାହୁଥିଲେ, ଯାହାକୁ କମ୍ କରିବା ପାଇଁ ସରକାର ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ଲଗାଯାଇଛି।

ଭାରତରେ ଜୁଲାଇ ୨୦୨୨ରେ ପ୍ରଥମ ଥର ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ଲଗାଯାଇଥିଲା ଏବଂ ଏହି କ୍ରୁଡ୍‌ ଅଏଲ ଉତ୍ପାଦକଙ୍କ ଉପରେ ଏଥିପାଇଁ ଲଗାଯାଇଥିଲା ଫଳରେ ଗ୍ୟାସୋଲିନ୍‌, ଡିଜେଲ୍‌ ଏବଂ ଆଭିଏସନ ଟରବାଇନ ଇନ୍ଧନକୁ ଦେଶରୁ ବାହାର ବିକିବା ପରେ ମିଳୁଥିବା ଲାଭ ଆଦାୟ କରାଯାଇପାରିବ।

ଭାରତ ସରକାର ଅନ୍ତର୍ଜାତୀୟ ଦାମ୍‌ ଏବଂ ଅନ୍ୟ କାରକଙ୍କ ଆଧାରରେ ୧୫ ଦିନରେ ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ଦରରେ ପରିବର୍ତ୍ତନ କରିଥାନ୍ତି ଏବଂ ଏହି ପ୍ରକ୍ରିୟା ଜୁଲାଇ ୨୦୨୨ରୁ ଚାଲୁଛି। ସରକାର ପ୍ରଥମ ଥର ଗତ ବର୍ଷ ଜୁଲାଇରେ ହିଁ ଏହି ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ଲଗାଯାଇଥିଲା ଏବଂ ସେବେଠାରୁ ଏହା ଲାଗୁ ରହିଛି।

   Related Posts