କରୋନା ଗୁଜବକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର, ଜାରି ହୋଇଛି ୨୪ ଘଣ୍ଟିଆ ହେଲପ ଲାଇନ୍, ମାତ୍ର ୩ ମିନିଟ୍‌ରେ ମିଳିବ ଇ-ମେଲର ଉତ୍ତର

Published By : Prameya-News7 Bureau | March 16, 2020 IST

କର୍ଣ୍ଣାଟକ୧୬/୩: ହ୍ୟାଲୋ.... ମୁଁ କର୍ଣ୍ଣାଟକରୁ କହୁଥିଲି। ଆମ ଅଞ୍ଚଳରେ କରୋନା ପହଞ୍ଚି ଗଲାଣି। ମୋ ଘରେ ମୋ ମାଆ ଓ ସ୍ତ୍ରୀକୁ ଥଣ୍ଡା ହୋଇଛି। ସେମାନଙ୍କ ଅସୁସ୍ଥ ମୋତେ ଚିନ୍ତିିତ କରୁଛି। କରୋନା ମାତିଥିବା ବେଳେ ମୁଁ ମୋ ନିଜର ଓ ମୋ ପରିବାରର ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ଓ ଆଶଙ୍କିତ। କରୋନକୁ ନେଇ ଏଭଳି ଆଶଙ୍କା ଓ ଯୋଗାଯୋଗ ଏକ ଭୟଙ୍କର ଗୁଜବ ରୂପ ନେଉଛି। ତେଣୁ ଗୁଜବ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର  ଓ ରାଜ୍ୟ ସରକାର ଆଡଭାଇଜରୀ ମଧ୍ୟ ଜାରି କରିଛନ୍ତି। ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ସରକାର ସୂଚନା ଦେଇଛନ୍ତି। କରୋନା ଭାଇରସ୍‌କୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହେଲପ ଲାଇନ ନମ୍ବର ଜାରି ହୋଇଛି। କାହା ମନରେ ଯଦି କରୋନା ଭାଇରସ୍‌କୁ ନେଇ କିଛି ଦ୍ବନ୍ଦ ସୃଷ୍ଟି ହୁଏ, ତେବେ ଜାରି ହୋଇଥିବା ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରି ପାରିବେ।

 କରୋନା ଭାଇରସ୍‌ ନେଇ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିପାଇଁ ଦିଲ୍ଲୀରୁ କାଶ୍ମୀର ଗେଟ୍ ପର୍ଯ୍ୟନ୍ତ କରୋନା ଭାଇରସ୍‌ର ନିୟନ୍ତ୍ରଣ ପାଇଁ  ଜାତୀୟ କେନ୍ଦ୍ର (ଏନ୍‌ସିଡିସି)ର ଏକ ବଡ଼ ଘରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ସେଠାରେ ଏକ ଗୋଲ ଟେବୁଲ ଉପରେ ୩୦ଟି ହେଲପ ଲାଇନ ନମ୍ବର ରହିଛି। ହେଲନ ଲାଇନ୍ ନମ୍ବର ୦୧୧-୨୩୯୭୮୦୪୬ରେ ଯୋଗାଯୋଗ କରି କରୋନା ଭାଇରସ୍‌ ସଂପର୍କରେ ଜାଣି ପାରିବେ। ପୂର୍ବରୁ ଏହି ହେଲପ ଲାଇନ୍‌ ନମ୍ବରରେ ଦିନକୁ ମାତ୍ର ୨୦୦-୨୫୦ ଇନ୍‌-କମିଂ କଲ ଆସୁଥିବା ବେଳେ ବର୍ତ୍ତମାନ କଲ ସଂଖ୍ୟା ବଢ଼ି ୧୫୦୦ ରେ ପହଞ୍ଚିଛି। କଲ ରେକର୍ଡ ଅନୁସାରେ ଦିନକୁ ଦିନ କଲ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ସୁଦ୍ଧା ୩୫ ହଜାର ଫୋନ୍ କଲ ଓ ୩୦ ହଜାର ଇ-ମେଲ ହସ୍ତଗତ ହୋଇଛି। ଏହି ହେଲପ ଲାଇନ ନମ୍ବରର ସୁବିଧା ବିଭିନ୍ନ ରାଜ୍ୟରେ ଉପଲବ୍ଧ ହେଉଛି। ଏପରି କି ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ କଲ କରି କରୋନ ସଂପର୍କରେ ବୁଝୁଛନ୍ତି। କରୋନା ରୋଗର ଲକ୍ଷଣ କ’ଣ? ଏହା କିପରି ବ୍ୟାପେ? କରୋନା ହେବାର କାରଣ କ’ଣ? ଏହି ଭଳି ଭାବେ ଲୋକମାନଙ୍କୁ ସତର୍କତା କରାଯାଉଛି।

ହେଲପ ଲାଇନ ନମ୍ବର ମାଧ୍ୟମରେ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ ମଧ୍ୟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତ ବ୍ୟତୀତ ବିଦେଶରୁ ୧୧୦୦ରୁ ଅଧିକ କଲ ଆସିଛି। ଏନ୍‌ସିଡିସିର ନିର୍ଦ୍ଦେଶକ ସୁଜିତ କୁମାର ସିଂ କହିଛନ୍ତି ଯେ, ଦେଶବିଦେଶରୁ ବହୁ କଲ ଆସୁଛି। ତେଣୁ ଅଧିକାଂଶ ସମୟରେ ଲାଇନ ବ୍ୟସ୍ତ ରହୁଛି। ତେଣୁ ସୂଚନା ଜାଣିବା ପାଇଁ ବାରମ୍ବାର  କଲ କରନ୍ତୁ। କଲ ରିସିଭ୍‌ କରି ସମସ୍ତଙ୍କୁ ସୂଚନା ଦେବା ପାଇଁ ବହୁ ସଂଖ୍ୟକ କର୍ମଚାରୀ ସେଠାରେ ନିୟୋଜିତ ହୋଇଛନ୍ତି। ୩୦ଟି ହେଲପ ଲାଇନ ନମ୍ବର ବ୍ୟତୀତ ଇ-ମେଲ ପଠାଇବାର ସୁବିଧା ମଧ୍ୟ ରହିଛି।  ତେଣୁ ଯେଉଁ ବ୍ୟକ୍ତି କରୋନା ଭଳି ସଂକ୍ରମିତ ରୋଗ ସଂପର୍କରେ ଜାଣିବା ପାଇଁ ଚାହୁଁଥିବେ ଇ-ମେଲ କରି ପାରିବେ। ମାତ୍ର ୨/୩ ମିନିଟ ମଧ୍ୟରେ ପଠାଯାଇଥିବା ପ୍ରଶ୍ନର ଉତ୍ତର ପ୍ରଦାନ କରାଯିବ ବୋଲି ସୁଜିତ କୁମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.