ଜନଗଣନା ସ୍ଥଗିତ, କରୋନା ସ୍ଥିତି ଯୋଗୁଁ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ: ଜନଗଣନା ସ୍ଥଗିତ।  ଏପ୍ରିଲ୍ ୧ ତାରିଖରୁ ଜାତୀୟ ଜନସଂଖ୍ୟା ରେଜିଷ୍ଟର (NPR) ର ଅପଡେଟ୍ ଏବଂ ଜନଗଣନା-୨୦୨୧ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ କରୋନା ଯୋଗୁଁ ସ୍ଥଗିତ ରଖାଯାଇଛି | କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦେଶରେ କରୋନାଭାଇରସ୍‌ର ମୁକାବିଲା ଲାଗି ୨୧ ଦିନିଆ ଲକ ଡାଉନ ଘୋଷଣା କରାଯାଇଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୬୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୧୧ ଛୁଇଁଥିବା ବେଳେ ୪୬ ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜଣାଯାଇଛି।

କରୋନା ଭାଇରସ୍‌ ମୁକାବିଲା  ଲାଗି କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି  ରଖିଥିବା ବେଳେ ସତର୍କତା ପଦକ୍ଷେପ ସ୍ବରୂପ ଜନଗଣନାକୁ ସ୍ଥଗିତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାଧାରଣ ଭାବେ ଜନଗଣନା ଏବଂ NPR ର ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୧ ରୁ ଆରମ୍ଭ ହୋଇଥାଏ, ଯାହାକି ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥାଏ |

ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ଯଦି ମନ୍ତ୍ରଣାଳୟ ଏବେ  NPR  ଏବଂ ଜନଗଣନା କରନ୍ତି ତାହେଲେ ମଧ୍ୟ ସଠିକ୍ ଆକଳନ ପାଇପାରିବ ନାହିଁ। ତେଣୁ ମନ୍ତ୍ରଣାଳୟ ଜନଗଣନା ପାଇଁ ଅଲଗା ରାସ୍ତା ଖୋଜିଛନ୍ତି । ଲୋକମାନେ ନିଜେ ଆପ୍ ମାଧ୍ୟମରେ ଜନଗଣନାରେ ସେମାନଙ୍କର ତଥ୍ୟ ପୂରଣ କରିପାରିବେ | ତଥାପି ଯେଉଁଭଳି ଭାବରେ କରୋନା ଭାଇରସ୍ ଏବେ ସାରା ଦେଶରେ କାୟା ବିସ୍ତାର କରିଚାଲିଛି ସେହି ଦୃଷ୍ଟିରୁ NPA ଏବଂ ଜନଗଣନାରେ ବିଳମ୍ବ ହେବା ଆଶଙ୍କା ବେଶି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.