ବରିଷ୍ଠ କିରଣୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ; ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସିଡିପିଓଙ୍କୁ କରାଗଲା ବଦଳି

Published By : Prameya-News7 Bureau | July 06, 2023 IST

ନବରଙ୍ଗପୁର ୦୬/୦୭: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଆଇସିଡିଏସ ବିଭାଗର ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ରଙ୍କୁ ଡାବୁଗାଁ ସିଡିପିଓ ମାଡମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଳରେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁଗାଁକୁ ବଦଳି କରାଯାଇଛି।

{"id":813562,"sizeSlug":"full","linkDestination":"none"}

ଖବର ଅନୁସାରେ ଗତ ଜୁଲାଏ ୧ରେ ଜୁନ ମାସର ଦରମା ନକରିବା ଘଟଣାକୁ ନେଇ ସିଡିପିଓ ଗୀତାଞ୍ଜଳି ମହାରଣା ଏବଂ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିଡିପିଓ ଉତକ୍ଷିପ୍ତ ହୋଇ ମହିଳା କିରାଣୀଙ୍କ ପାଖକୁ ଯାଇ ସେ ବସିଥିବା ଚେୟାର ସହ ତାଙ୍କୁ ଧକ୍କା ଦେଇଥିଲେ। ଏହାଫଳରେ ବରିଷ୍ଠ କିରାଣୀ ଜଣକ ଚେୟାରରୁ ତଳେ ପଡିଯାଇଥିଲେ।

{"id":813563,"width":656,"height":429,"sizeSlug":"full","linkDestination":"none"}

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଏବଂ ପ୍ରଟେକ୍ସନ ଅଫିସର ସସ୍ମିତା ମହାନ୍ତି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ଜିଲ୍ଲାପାଳ ଏହି ରିପୋର୍ଟକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭୁବନେଶ୍ୱରଙ୍କୁ ପଠାଇଥିଲେ। ଏହି ତଦନ୍ତ ରିପୋର୍ଟ ଆଧାରରେ ଗୁରୁବାର ବିଭାଗ ପକ୍ଷରୁ ଚିଠି ନମ୍ବର ୧୩୯୧୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.