ନୂଆଦିଲ୍ଲୀ: କୁହାଯାଏ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଅର୍ଥାତ୍ ଯାହାଙ୍କୁ ଭଗବାନ ରକ୍ଷା କରୁଛନ୍ତି ତାଙ୍କର କେହିବି କିଛି କ୍ଷତି କରିପାରିବେ ନାହିଁ। ଆଉ ଏହି ଉକ୍ତି ଏଠାରେ ସତ ହୋଇଛି। ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ଯେତେବେଳେ ଛୋଟ ପିଲାଙ୍କ ଅସାବଧାନତା ହେଉ କିମ୍ବା ଗାଡ଼ିଚାଳକଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କୁନି ଝିଅ ସହ କିଛି ଏପରି ଘଟୁଛି, ଯାହାକୁ ଦେଖିଲେ ହୁଏତ ଆପଣଙ୍କୁ ବିଶ୍ବାସ ହେବନାହିଁ।
wp:html/wp:htmlजाको राखे सईंया मार सके ना कोय।
— Dipanshu Kabra (@ipskabra) October 21, 2022
यकीन करना मुश्किल है कि बच्ची ऐसे हादसे मे बच गयी.
अभिभावक और वाहन चालाक दोनों ने घोर लापरवाही बरती जिसका नतीजा बच्ची के लिए प्राणघातक हो सकता था... pic.twitter.com/ng5gLZ8b2s
ଭିଡିଓକୁ ଆଇପିଏସ ଦୀପାଂଶୁ କାବ୍ରା ଟ୍ବିଟରରେ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଗୋଟିଏ ଛୋଟ ପିଲା ଘର ସାମ୍ନାରେ ଗଳିରାସ୍ତାରେ ସାଇକେଲ ଚଳାଉଛି। ଆଉ ସେତିକିବେଳେ ଗଳିର ଅନ୍ୟପଟରୁ ଏକ କାର ମାଡ଼ିଆସୁଛି। ଆଉ ଦେଖୁଦେଖୁ ସେହି କାରଟି ପିଲା ଉପରେ ମଧ୍ୟ ଚଢ଼ିଯାଉଛି। ପିଲାଟି କାର୍ ତଳେ ଚାପି ହୋଇଯାଉଛି। ଭିଡିଓ ଦେଖିଲେ ଆପଣଙ୍କୁ ଲାଗିବ ଯେ ଝିଅଟି ହୁଏତ ଆଉ ବଞ୍ଚିନପାରେ।
କିନ୍ତୁ ଆଶ୍ଚର୍ଯ୍ୟକର କଥା ଯେ କାର୍ ପିଲାଟି ଉପରେ ଚଢ଼ିଲା ପରେ ବି ପିଲାଟି ଉଠି ଛିଡ଼ା ହୋଇଯାଇଥିଲା। ଏହି ଭିଡିଓକୁ ସେୟାର କରି ଆଇପିଏସ ଲେଖିଛନ୍ତି ଯେ ଯାହାକୁ ଭଗବାନ ରକ୍ଷା କରୁଛନ୍ତି, ତାଙ୍କୁ କେହିବି ମାରିପାରିବେ ନାହିଁ। ତେବେ ଯାହାବି ହେଉ ଅଭିଭାବକ ଏବଂ ଗାଡ଼ିଚାଳକଙ୍କ ଅସାବଧାନତା ଫଳରେ ପିଲାଟିର ପାଇଁ ଘାତକ ହୋଇପାରିଥାନ୍ତା।