ଏଇଠି ପୂଜା ପାଉଛନ୍ତି ଭୁବନେଶ୍ୱରର ସବୁଠାରୁ ବଡ଼ ଗଣେଷ ପ୍ରତିମୂର୍ତ୍ତି
19/09/2023 at 11:10 PM

ଭୁବନେଶ୍ୱର: ଶୈଳେଶ୍ରୀ ବିହାରରେ ରାଜଧାନୀର ସବୁଠାରୁ ଉଚ୍ଚତମ ଗଣେଶ ମୂର୍ତ୍ତି ତିଆରି ହୋଇଛି। ଗଣପତି ପ୍ରତିମା ସହ ମୂଷିକ ରାଜ୍ ଧରିଥିବା ୩୮ କିଲୋଗ୍ରାମର ଲଡୁ ସାଜିଲା ମୁଖ୍ୟ ଆକର୍ଷଣ। ୪୫ ଫୁଟର ଗଣେଶ ପ୍ରତିମା ସହ ଆଲୋକ ମାଳା ଓ ମୀନା ବଜାର ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହୋଇଛି। ଶାନ୍ତି ଶୃଙ୍ଖଳାରେ ଦିଅଁ ଦର୍ଶନ ପାଇଁ ପୂଜା କମିଟି ଏବଂ ସ୍ଥାନୀୟ ପ୍ରଶାସନର ବ୍ୟାପକ ବ୍ୟବସ୍ଥା କରିଛନ୍ତି।
ଦୀର୍ଘବର୍ଷ ପୂର୍ବରୁ ଏହି ତଳ ପଡ଼ିଆ ଅଞ୍ଚଳରେ ଛୋଟ ଗଣେଶ ପ୍ରତିମା ପୂଜା ପାଉଥିବା ବେଳେ ସମୟ ଗଡ଼ିବା ସହ ଯୁବପିଢ଼ି ଏହାକୁ ବ୍ୟାପକ ଓ ଆକର୍ଷଣୀୟ କରିଥିଲେ। ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳର କିଛି କିଛି ଜାଗାରେ ଗଣେଶ ଠାକୁରଙ୍କ ବଡ ପ୍ରତିମା ପୂଜା ପାଉଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ସବୁଠୁ ଉଚ୍ଚ ଏବଂ ବଡ ପ୍ରତିମା ବୋଲି ଦାବି କରିଛନ୍ତି।