ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମସଜିଦ ପରି ବସଷ୍ଟାଣ୍ଡ, ତୁରନ୍ତ ଭଙ୍ଗାଯାଉ ନଚେତ୍ ବୁଲଡୋଜର ଚଢାଇ ଦେବି: ସାଂସଦ

14/11/2022 at 9:50 PM

ବେଙ୍ଗାଲୁରୁ: ବସଷ୍ଟାଣ୍ଡଙ୍କୁ ତୁରନ୍ତ ଭାଙ୍ଗ ନହେଲେ ମୁଁ ଧ୍ଵଂସ କରି ଦେବି। କାରଣ  ମସଜିଦ ଶୈଳୀରେ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। କର୍ଣ୍ଣାଟକରେ ବିଜେପି ସାଂସଦଙ୍କ ଏମିତି ବୟାନକୁ ନେଇ ରାଜନୀତି ଜୋର ଧରିଛି। ମହୀଶୂରର ଗୋଡାଗୁ ଲୋକସଭା ଆସନରୁ ସାଂସଦ ପ୍ରତାପ ସିମାହ କହିଛନ୍ତି, ସେ ଉଟି ରୋଡ୍ ସ୍ଥିତ ବସଷ୍ଟାଣ୍ଡ ଉପରେ ବୁଲଡୋଜର ଚଲାଇବେ। ଯଦି ପ୍ରଶାସନ ଏହାକୁ ନଭାଙ୍ଗେ ତେବେ ସେ ନିଜେ ବସଷ୍ଟାଣ୍ଡକୁ ଭାଙ୍ଗି ଦେବେ।

ସାଂସଦ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ମୁଁ ଦେଖିବାକୁ ପାଇଲି ଯେ, ବସଷ୍ଟାଣ୍ଡର ଛାତ ଉପରେ ତିନୋଟି ଗମ୍ବୁଜ ରହିଛି। ବଡ ଗମ୍ବୁଜ ମଝିରେ ରହିଛି ଏବଂ ବାକି ଦୁଇଟି ପାର୍ଶ୍ଵରେ ରହିଛି। ଏମିତି ଆକୃତି କେବଳ ମସଜିଦରେ ଦେଖିବାକୁ ମିଳିଥାଏ। ତିନି ଚାରି ଦିନ ଭିତରେ ଏହାକୁ ଭାଙ୍ଗିବାକୁ ଇଞ୍ଜିନିୟରଙ୍କୁ କହିଛି। ଯଦି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ନିଜେ ବୁଲଡୋଜର ଲଗାଇ ଭାଙ୍ଗି ଦେବେ। ତାଙ୍କର ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି।

ପ୍ରଥମ ଥର ସାଂସଦ ସିମାହ ବିବାଦରେ ନାହାନ୍ତି। ସେ ପୂର୍ବରୁ ହିଜାବକୁ ନେଇ ବିବାଦୀୟ ବୟାନ ଦେଇ ସାରିଛନ୍ତି। ସେ କହିଥିଲେ ଯେଉଁ ଲୋକେ ହିଜାବ ପିନ୍ଧିବାକୁ ଚାହାନ୍ତି ସେମାନେ ସ୍କୁଲ ଯାଆନ୍ତୁ ନାହିଁ। ସେମାନଙ୍କୁ ମଦରସା ଯିବା ଉଚିତ୍। ସମସ୍ତେ ଭଲ ଚାକିରିଟିଏ ପାଇଁ କଲେଜ୍ ଯାଇଥାନ୍ତି। ମାତ୍ର କିଛି ଲୋକ କଲେଜରେ ହିଜାବ ଦେଖାଇବାକୁ ଆସିବାକୁ ଚାହାନ୍ତି। ଯଦି ଆପଣ ହିଜାବ, ବୁରଖା, ଟୋପି କିମ୍ବା ପାଇଜାମା ପିନ୍ଧିବାକୁ ଚାହାନ୍ତି ତେବେ ସ୍କୁଲ ବଦଳରେ ମଦରସା ଯାଆନ୍ତୁ। ଆପଣଙ୍କ ଭାବନାକୁ ଦୃଷ୍ଟିରେ ରଖି ସରକାର ମଦରସାର ପରିଚାଳନା ପାଇଁ ଫଣ୍ଡର ବ୍ୟବସ୍ଥା କରିଛନ୍ତି। ଆପଣଙ୍କୁ ସେଠାକୁ ଯିବା ଉଚିତ୍ ବୋଲି ବିଜେପି ସାଂସଦ କହିଛନ୍ତି।

   Related Posts