କ୍ଷତାକ୍ତ ଷଣ୍ଢକୁ କାବୁ କରିବାରେ ବିଫଳ ହେଲେ ଡାକ୍ତରୀ ଦଳ; ହୋଇପାରିଲାନି ଚିକିତ୍ସା
5/09/2022 at 6:54 PM

ବାସୁଦେବପୁର ୦୫/୦୯: ଗତକାଲି ବାସୁଦେବପୁର ବ୍ଲକ ସୁଗୋ ଗାଁରେ ଏକ ଷଣ୍ଢକୁ କିଛି ଯୁବକ ମୁହଁ ଓ ପଛ ପାଖରେ ଅତି ବର୍ବରତାର ସହିତ ନିଆଁ ଲଗାଇବାର ଚିତ୍ର ସାମ୍ନାକୁ ଆସିଥିଲା। ଏହି ଚିତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ନିଆଁ ଲଗାଇଥିବା ୨ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ହେଲେ ଆଜି ବାସୁଦେବପୁର ପଶୁ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଦଳ ଏହି କ୍ଷତାକ୍ତ ଷଣ୍ଢର ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଅତିରିକ୍ତ ପଶୁ ଚିକିତ୍ସାଧିକାରୀ ରାମେଶ୍ବର ପଣ୍ତାଙ୍କ ସହିତ ଏକ ୫ ଜଣିଆ ଟିମ୍ ଏହି ଷଣ୍ଢକୁ ଚିକିତ୍ସା ପାଇଁ କାବୁ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଷଣ୍ଢଟି ଭୟଭୀତ ହୋଇ ଦୌଡି ପଳାଇଥିଲା ଜଣା ପଡିଛି।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023