ଗଙ୍ଗା ନଦୀରେ ତାସ୍ ପରି ଭୁଶୁଡ଼ିଗଲା ନିର୍ମାଣଧୀନ ପୋଲ, ସାମ୍ନାକୁ ଆସିଲା Video
4/06/2023 at 8:05 PM

ପାଟନା: ବର୍ତ୍ତମାନ ବିହାରରୁ ବଡ଼ ଖବର ସାମ୍ନାକୁ ଆସିଛି। ସୁଲତାନଗଞ୍ଜ ଏବଂ ଅଗୁବାନୀ ମଧ୍ୟରେ ଗଙ୍ଗା ନଦୀରେ ରବିବାର ସନ୍ଧ୍ୟାରେ ନିର୍ମାଣଧୀଣ ପୋଲ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାର ଲୋମ ଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ କାହାରି ମୃତାହତ ଖବର ନାହିଁ। ମାତ୍ର ପୋଲ ଭୁଶୁଡିବାରୁ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ଖଗଡ଼ିଆ ଜିଲ୍ଲାର ପରବତ୍ତା ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି।
#WATCH | Under construction Aguwani-Sultanganj bridge in Bihar’s Bhagalpur collapses. The moment when bridge collapsed was caught on video by locals. This is the second time the bridge has collapsed. Further details awaited.
— ANI (@ANI) June 4, 2023
(Source: Video shot by locals) pic.twitter.com/a44D2RVQQO
ଭିଡିଓରେ ଦେଖିବାକୁ ମିଳିଛି ଯେ, କେମିତି ପୂରା ପୋଲଟି ଭୁଶୁଡ଼ି ଗଙ୍ଗା ନଦୀରେ ଲୀନ ହୋଇ ଯାଉଛି। ଆଶ୍ଚର୍ଯ୍ୟକର କଥା ୨ ବର୍ଷ ପୂର୍ବେ ଏହି ପୋଲର ଏକ ଅଂଶ ମଧ୍ୟ ଭୁଶୁଡ଼ିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୧୭୧୭ କୋଟି ବ୍ୟୟରେ ଏହି ପୋଲର ନିର୍ମାଣ କାମ ଚାଲିଥିଲା। ତେବେ ବ୍ରିଜ ଭୁଶୁଡ଼ିବାର କାରଣ ସ୍ପଷ୍ଟ ହୋଇନାହିଁ। ଭାଗଲପୁରର ସୁଲତାନଗଞ୍ଜରେ ନିର୍ମାଣଧୀନ ଏହି ସେତୁ ଖଗଡ଼ିଆ ଏବଂ ଭାଗଲପୁରକୁ ସଂଯୋଗ କରୁଥିଲା।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ମାଣଧୀନ ସେତୁର ସୁପର ଷ୍ଟ୍ରକଚରର ଉପର ଅଂଶ ଭୁଶୁଡ଼ିବା ଘଟଣାର ବିସ୍ତୃତ ତଦନ୍ତ କରିବା ଏବଂ ଦୋଷୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।