ଭୁବନେଶ୍ଵର: ବାହା ବେଦୀରେ ହାଇଡ୍ରାମା। ହାତଗଣ୍ଠି ପଡ଼ୁଥିବା ସମୟରେ ବରକୁ ଉଠାଇନେଲା ପୋଲିସ। ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀକୁ ଥାନାକୁ ଉଠାଇନେଲା ପୋଲିସ। ପ୍ରଥମ ପତ୍ନୀ କୋଲକାତାର ହୋଇଥିବା ବେଳେ ସମସ୍ତ ଡକ୍ୟୁମେଣ୍ଟ ସହ ବିବାହ ସ୍ଥଳକୁ ପହଞ୍ଚିଥିଲେ। ରାଜଭବନ ନିକଟ ରାଧାକୃଷ୍ଣ ମନ୍ଦିରରେ ଚାଲିଥିଲା ଦ୍ୱିତୀୟ ବିବାହ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ସଭିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ।
wp:heading {"level":4}Also read- ଏକତରଫା ପ୍ରେମରୁ ମହିଳାଙ୍କୁ ହତ୍ୟା ! ଛୁରୀ ଭୁସି ନେଇଗଲା ଦୀପିକାଙ୍କ ଜୀବନ
/wp:headingବିବାହ ବେଦୀରେ ଚାଲିଥିଲା ବିବାହ। ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଥିଲା ପରିବେଶ।ବଧୂ ବେଶ ସଜେଇ ହୋଇ ବସିଥିଲେ ଯୁବତୀ ଏବଂ ବର ବେଶରେ ବ୍ୟକ୍ତି। ହେଲେ ଅଚାନକ ସବୁ ବିଗିଡ଼ିଗଲା। ବିବାହସ୍ଥଳକୁ ଏଣ୍ଟ୍ରି କଲେ ବରଙ୍କ ପ୍ରଥମ ପତ୍ନୀ। ବିବାହସ୍ଥଳରୁ ନିଜ ସ୍ଵାମୀକୁ ଜୋର ଜବରଦସ୍ତ ଟାଣି ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ନବ ବଧୂ ବରକୁ ଛାଡ଼ିବା ସ୍ଥିତିରେ ନ ଥିଲା। ଖବର ପହଞ୍ଚିବା ମାତ୍ରେ କ୍ୟାପିଟାଲ୍ ଥାନା ପୋଲିସ ରାଧାକୃଷ୍ଣ ମନ୍ଦିରକୁ ପହଞ୍ଚି ବରକୁ ଉଠାଇ ଥାନାକୁ ନେଇଛି। ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ପୋଲିସ ତଦନ୍ତ ଚଳାଇଛି। ପ୍ରଥମ ପତ୍ନୀ କୋଲକାତାର ହୋଇଥିବା ବେଳେ ସମସ୍ତ କାଗଜପତ୍ର ସେ ପହଞ୍ଚିଛନ୍ତି।
wp:html /wp:html