LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୭ ଜଣକ ଜୀବନ

31/03/2023 at 7:52 AM

ସମ୍ବଲପୁର, ୩୧/୦୩: କେନାଲକୁ ବୋଲେରୋ ଗାଡି ଖସି ୭ ଜଣ ମୃତ। ଘଟଣାରେ ୪ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁରର ଶାସନ କେନାଲରେ ବରଯାତ୍ରୀ ଗାଡ଼ିଟି ଖସି ପଡ଼ିଥିଲା। ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪ ଆହତଙ୍କୁ ସମ୍ବଲପୁର ଭର୍ତ୍ତି କରାଯାଇଛି। ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଅନୁଯାୟୀ, ଗତକାଲି ଝାରସୁଗୁଡ଼ା ଜିଲ୍ଲା ବଡ଼ଧରା ଗାଁରୁ ସମ୍ବଲପୁର ଜିଲ୍ଲା ପରମାଣପୁର ଅଞ୍ଚଳକୁ ବରଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୭ ଜଣଙ୍କ ଅକାଳ ବିୟୋଗ ଘଟିଛି । ମୃତକ ହେଲେ ଅଜିତ ଖମାରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ ଏବଂ ଅନ୍ୟ ଜଣେ ମୃତକ ବୋଲେରୋ ଡ୍ରାଇଭର । ଅନ୍ୟପଟେ ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋ ଗାଡି ଉଦ୍ଧାର କରି ତଦନ୍ତ ଚଳାଇଛି ।

   Related Posts