ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ

Published By : Prameya-News7 Bureau | May 10, 2024 IST

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବ୍ରହ୍ମ ସମାଜ ପକ୍ଷରୁ ନିଆରା ଢଙ୍ଗରେ ମହା ଆଡମ୍ବରରେ ପାଳନ କରାଯାଇଛି ପର୍ଶୁରାମ ଜୟନ୍ତୀ l ବ୍ଲକର ସମସ୍ତ ଗ୍ରାମରୁ ବ୍ରାହ୍ମଣମାନେ ଆସି ସହ ସହ ସଂଖ୍ୟାରେ ବାଇକ ଶୋଭାଯାତ୍ରା କରିଛନ୍ତି। 

ବ୍ଲକର ସମସ୍ତ ଗ୍ରାମରୁ ବ୍ରାହ୍ମଣ ମାନେ ବିନିକା ସହର ଜଗନ୍ନାଥ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ l  ବ୍ରହ୍ମ ସମାଜ ପକ୍ଷରୁ ସହ ସହ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସହରର ଜଗନ୍ନାଥ ମନ୍ଦିରରୁ ବାହାରି ରଥପଡ଼ର, ଚଣ୍ଡୀପଡ଼ା, କଂସାରିପଡ଼ା ଦେଇ ଦୁର୍ଗା ମନ୍ଦିର ଠାରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା l 

ଦୁର୍ଗା ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଉର୍ଲେ,ଭ୍ରମରପାଳି ଦେଇ ବ୍ଲକର ଗ୍ରାମ ଗୁଡିକରେ ବାଇକ ଶୋଭାଯାତ୍ରା କରାଯାଇଥିଲା l ଭଜନ ସଂକୀର୍ତ୍ତନରେ  ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ବ୍ରାହ୍ମଣ ସମାଜ ପ୍ରତ୍ୟେକ ବର୍ଷ ଏହି ଭଳି ଭାବରେ ଏକତ୍ରିତ ହୋଇ ପର୍ଶୁରାମ ଜୟନ୍ତୀଙ୍କୁ ପାଳନ କରାଯିବ ବୋଲି କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.