oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ବୁର୍ଖା ପିନ୍ଧି ଯୁବତୀଙ୍କ ପ୍ରତି କରୁଥିଲା ଅସଦାଚରଣ, ବସ୍‌ରେ ଛାତ୍ରୀଙ୍କ ମଝିରେ ବସୁଥିଲା, ଏପରି ଜଣାପଡିଲା ସତ୍ୟତା

13/03/2022 at 7:23 PM

ବିଜନୌର ୧୩।୩: କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ପ୍ରକରଣ ଏବେ ଦେଶରେ ଥମି ଯାଇଛି। ତେବେ ଉତ୍ତରପ୍ରଦେଶ ବିଜନୋରରେ ହିଜାବ ସହ ସମ୍ପର୍କିତ ଏକ ଅପରାଧିକ ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚିନ୍ତିତ ମଧ୍ୟ କରିଛି। ସତ୍ୟତା ଉପରୁ ପର୍ଦ୍ଦା ହଟିବା ପରେ ଲୋକଙ୍କୁ ହସ  ଲାଗିଥିବା ବେଳେ ରାଗମଧ୍ୟ ଲାଗୁଥିଲା। ତେବେ ଆସନ୍ତୁ ଜାଣିବା ଘଟଣାଟି କ’ଣ ?

ଏହି ପୁରା କାଣ୍ଡରେ ଏକ ଦୁଷ୍ଟାମୀ ହିଁ ଏତକ କରିଥିଲା। ଯେତେବେଳେ ଦୁଷ୍ଟାମୀ ଧରାପଡିଗଲା ସେତେବେଳେ ଲୋକେ ଦଙ୍ଗାହଙ୍ଗାମାକୁ ଓହ୍ଲାଇ ଆସିଲେ। ତେବେ ଏପରି ଦୁଷ୍ଟାମୀ କରୁଥିବା ପିଲାକୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି। ମାମଲା ବିଜନୋର ନଜିବାବାଦ ଅଞ୍ଚଳର। ଶନିବାର କିଛି ଛାତ୍ରୀ ବୁର୍ଖା ପିନ୍ଧା ଜଣେ ଯୁବତୀକୁ ଦେଖିଥିଲେ। ସନ୍ଦେହ ହେବାରୁ ଛାତ୍ରୀମାନେ ତାର ପିଛା କରିଥିଲେ। ସେପଟେ ଯୁବତୀ ସମ୍ପର୍କରେ ସେମାନେ ପୋଲିସକୁ ମଧ୍ୟ ସୂଚନା ଦେଇସାରିଥିଲେ। ଏଣୁ ପୋଲିସ ମଧ୍ୟ ଆଗୁଆ ସିକେଆଇ ଛକକୁ ଆସି ଜଗି ସାରିଥିଲା।  ବୁର୍ଖା ପିନ୍ଧା ଯୁବତୀ ବସ୍‌ରୁ ଓହ୍ଲାଇବାମାତ୍ରେ ତାକୁ ଧରିକୁ ଉଦ୍ୟମ କରିବାମାତ୍ରେ ସେ ଦୌଡି କରି ନିକଟସ୍ଥ ଶୌଚାଳୟରେ ଲୁଚି ଯାଇଥିଲା। ଯେମିତି ଯାହା କରି ପୋଲିସ ତାକୁ ଧରିବା ପରେ ଆଦର୍ଶନଗର ଫାଣ୍ଡିକୁ ନେଇ ଯାଇଥିଲା।

ଧରାପଡିଥିବା ଯୁବତୀକୁ ପୋଲିସ ପଚରା ଉଚରା କରିବା ବେଳେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ଯେତେବେଳେ ବୁର୍ଖା ଖୋଲାଇଲା ତା ଭିତରୁ ଜଣେ ପିଲା ବାହାରିଥିଲା। ପଚରା ଉଚରାରେ ପିଲାଟି ସେ ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢେ ବୋଲି ଜଣାପଡିଥିଲା। ମାମଲାରେ ପୋଲିସ କିଶୋରଙ୍କ ଅଭିଭାବକଙ୍କୁ ଜଣାଇବା ସହ ତାକୁ ଥାନାକୁ ନେଇଯାଇଥିଲେ। ପିଲାଟି ବୁର୍ଖା ପିନ୍ଧି ବସରେ ଛାତ୍ରୀଙ୍କ ମଝିରେ ବସୁଥିଲା, ସେମାନଙ୍କ ସହ ଅସଦାଚରଣ ମଧ୍ୟ କରୁଥିଲା। ରିତମତ ତାର କାରନାମା ପରେ ଛାତ୍ରୀମାନଙ୍କର ତା ପ୍ରତି ସନ୍ଦେହ ହୋଇଥିଲା।

ତାକୁ ଅନେକ ଦିନରୁ ଛାତ୍ରୀମାନେ ପିଛା କରୁଥିଲେ। ତେବେ ସେ ଚାଲାକିରେ ଖସି ଯାଉଥିଲା। ହେଲେ ଶନିବାର ତାକୁ ଯେ କୌଣସି ମତେ ପୋଲିସ ଜିମା ଦେବାକୁ ଛାତ୍ରୀମାନେ ନିଶ୍ଚିତ କରିବା ସହ ଯୋଜନା ଅନୁରୂପ କାମ କରିଥିଲେ। ପିଲାଟିକୁ ପିଛା କରିବା ସହ ବସ୍‌ରେ ଆଗପଛ ହୋଇ ସମସ୍ତେ ଉଠିଥିଲେ। ବୁର୍ଖାପିନ୍ଧା ବହିନ ବସ୍‌ରେ ଉଠିବାମାତ୍ରେ ପୋଲିସକୁ ସୂଚିତ କରାଇ ଦିଆଯାଇଥିଲା। ପୋଲିସ ଆସି ଆଗୁଆ ଜଗିଥିବା ବେଳେ ବୁର୍ଖାବାଲିକୁ କାବୁ କରିନିଆଯାଇଥିଲା।

   Related Posts