ଭୁବନେଶ୍ବର୨୧/୪: ଓଡ଼ିଶା ପାଇଁ ବିପଦ ବଢ଼ାଇଛି ପଶ୍ଚମବଙ୍ଗ ଲିଙ୍କ୍। ୨ମାସରେ ସୀମା ଡେଇଁ ବାଲେଶ୍ବରକୁ ପଶି ଆସିଛନ୍ତି ୨୮ଶହରୁ ଅଧିକ ଲୋକ । ଲକ୍ଡାଉନ୍ ପରେ ମଧ୍ୟ ଅନେକ ଲୋକ ଆସିଛନ୍ତି । ସୀମା ସିଲ୍ ସତ୍ବେ ବହୁ ଲୋକ କୌଶଳ କରି ଓଡ଼ିଶା ଭିତରକୁ ପଶିଆସିଥିବା ସ୍ପଷ୍ଟ ହୋଇଛି । ସେଥିମଧ୍ୟରୁ କିଛି ଲୋକ ରାତିରେ ବିଲରେ ପଶି ଆସିଥିବା ବେଳେ ଆଉ କିଛି ଲୋକ ଆମ୍ବୁଲାନ୍ସରେ ଲୁଚି ଆସିଥିବା ସୂଚନା ମିଳିଛି ।
ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍ । ୨ମାସରେ ସୀମା ଡେଇଁ ପଶି ଆସିଛନ୍ତି ୨୮ଶହରୁ ଅଧିକ ଲୋକ। ଏମିତିକି ଲକ୍ଡାଉନ୍ ପରେ ମଧ୍ୟ ଅନେକ ଆସିଛନ୍ତି । ସୀମା ସିଲ୍ ସତ୍ବେ ନାନା କୌଶଳ କରି କିଛି ଲୋକ ବାଲେଶ୍ବର ଜିଲ୍ଲାରେ ପ୍ରବେଶ କରିଥିବା କୁହାଯାଉଛି । କିଛି ଲୋକ ଆମ୍ବୁଲାନ୍ସ୍ରେ ଲୁଚି ଆସିଥିବା ବେଳେ ଆଉ କିଛି ଲୋକ ରାତି ଅଧରେ ବିଲ ଭିତରେ ପଶି ଆସିଥିବା ଜଣାପଡ଼ିଛି । ଏମିତିରେ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲଙ୍କ କହିବା କଥା ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ ପ୍ରାୟ ୧୦୦ କିଲୋମିଟର ସୀମା ରହିଛି ।
ତେଣୁ ଲକ୍ଡାଉନ୍ ସମୟରେ ଜାତୀୟ ରାଜପଥକୁ ଛାଡ଼ିଦେଲେ ଅନ୍ୟ ରାସ୍ତା ଦେଇ ମଧ୍ୟ କିଛି ଲୋକ ଆସିଛନ୍ତି । ଏମିତିରେ ଏବେ ଯେତେବେଳେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ସେତେବେଳେ ଏହାକୁ ନଜରରେ ରଖି ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ ପାଇଁ ଅଧିକାରୀଙ୍କୁ କୁହାଯାଇଛି । ସ୍ଥାନୀୟ ସରପଞ୍ଚ ଓ ଜିପିଇଓମାନଙ୍କ ଦ୍ବାରା ଡାଟା ପ୍ରସ୍ତୁତ କରାଯାଉଛି । ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି । ସେମାନଙ୍କ ସାମ୍ପଲ ଟେଷ୍ଟ ମଧ୍ୟ କରାଯିବ ।
ପଶ୍ଚିମବଙ୍ଗ ପଟୁ ଓଡ଼ିଶାକୁ ପ୍ରବେଶ ଦ୍ବାରା କୁହାଯାଉଥିବା ୬୦ନମ୍ବର ଜାତୀୟ ରାଜପଥରେ ଥିବା ଲକ୍ଷ୍ମନାଥ ଚେକ୍ଗେଟ୍ ଏବଂ ଭୋଗରାଇର ଉଦୟପୁର ଓ ଦୀଘା ରାସ୍ତା ଦେଇ କିଛି ଲୋକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲାର ଜଳେଶ୍ବର ମ୍ୟୁନିସିପାଲିଟି ଅଂଚଳକୁ ପଶ୍ଚିମବଙ୍ଗରୁ ୬୫ଜଣ ଫେରିଥିବା କୁହାଯାଉଛି । ସେହିଭଳି ଭୋଗରାଇ ତହସିଲ ଅଂଚଳ ଦେଇ ୯୦ଟି ଗାଁ ସହ ପଶ୍ଚିମବଙ୍ଗର ୮୨ଗାଁର ସୀମା ଲାଗି ରହିଥିବାରୁ ଏସବୁ ଗାଁ ଦେଇ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବହୁ ଲୋକ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ପରିସ୍ଥିତି ଗମ୍ଭୀର ହୋଇଥିବାରୁ ବାଲେଶ୍ବର ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡଜି ଅଭୟ ।
ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାବେଳେ ପରିସ୍ଥିତି ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ଗଠିତ ହୋଇଛି ।