Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଗଞ୍ଜେଇ ଚାଲାଣ କାର୍‌ରେ ବୋମା ! ବମ୍ ସ୍କ୍ବାର୍ଡକୁ ଖବର ଦେଲା ସମ୍ବଲପୁର ପୋଲିସ୍

13/02/2023 at 11:50 AM

ସମ୍ବଲପୁର ୧୩/୦୨: ଗଞ୍ଜେଇ କାର୍‌ରେ ବୋମା !  ସମ୍ବଲପୁରରେ ଗଞ୍ଜେଇ ଜବତ କାର୍‌ରେ ବୋମା ଥିବା ସନ୍ଦେହ କରାଯାଉଛି । ଖିଣ୍ଡା ଛକ ନିକଟରେ ପୋଲିସ ଏକ ଗଞ୍ଜେଇ ଚୋରା ଚାଲାଣ କାର୍‌କୁ ଅଟକାଇ ଥିଲା । ଏଥିରେ ଗଞ୍ଜେଇ ସହିତ ବୋମା ଥିବା ନେଇ ସନ୍ଦେହ କରି ପୋଲିସ୍ ବମ୍ ସ୍କ୍ବାର୍ଡକୁ ଖବର ଦେଇଛି । କାର୍‌ଟି ସନ୍ଦିଗ୍ଧ ଅବସ୍ଥାରେ ଧରାପଡ଼ିଥିବା ବେଳେ ବମ୍ ସ୍କ୍ବାର୍ଡର ସର୍ଚ୍ଚ ଅପରେସନ ପରେ ପ୍ରକୃତ ସତ ଜଣାପଡ଼ିବ ।

ସୂଚନା ଅନୁଯାୟୀ, ସୋମବାର ସକାଳେ ସମ୍ବଲପୁର ଖିଣ୍ଡା ଛକରେ ଏକ ସନ୍ଦିଗ୍ଧ କଳା ରଙ୍ଗ କାରକୁ ସନ୍ଦେହରେ ପୋଲିସ ଅଟକାଇ ଥିଲା । ପୋଲିସ କାର ଭିତରେ ଯାଞ୍ଚ ବେଳେ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଏଥି ସହିତ କାର୍ ଭିତରେ ବୋମା ଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବମ ସ୍କ୍ବାର୍ଡ ଓ ସନ୍ଧାନି କୁକୁର କାରଟିକୁ ଯାଞ୍ଚ କରୁଛନ୍ତି। ସେପଟେ ଗଞ୍ଜେଇ ବୋଝେଇ କାର୍ କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ପୋଲିସ ସନ୍ଦେହ କରୁଛି ।

   Related Posts