ଶ୍ୱଶୁର ଘରୁ ଉଦ୍ଧାର ହେଲା ଜ୍ୱାଇଁଙ୍କ ମୃତ ଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 04, 2022 IST

ପାଟଣା ୦୪/୧୦: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ପଛ ପଟରେ ଥିବା ବାଉଁଶ ବୁଦାରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ବିନୋଦ ବେହେରା (୩୬)। ସେ ଘଟଗାଁ ଥାନା ପାନପୋଷ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ମିତ୍ର ବେହେରାଙ୍କ ପୁଅ ବିନୋଦ ତାଙ୍କ ଶଶୁର ବିରଞ୍ଚି ବେହେରାଙ୍କ ଘର ଗଣ୍ଡବେଡା ଗାଁରେ ଘରଜ୍ବାଇଁ ଭାବେ ରହୁଥିଲେ।

ମଙ୍ଗଳବାର ସକାଳେ ଘର ପଛପଟେ ଥିବା ବାଉଁଶବୁଦାରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ଖବର ପାଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଅନ୍ୟପଟେ ବିନୋଦଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.