ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଖବର ପ୍ରସାରଣ ପରେ ଚେତିଲା ପୋଲିସ, ବ୍ୟବଚ୍ଛେଦ ପାଇଁ ୨୪ ଘଣ୍ଟା ଧରି ପଡିରହିଥିବା ମୃତଦେହ ଉଠିଲା

1/06/2022 at 6:56 PM

ବୌଦ୍ଧ:  ଗଣମାଧ୍ୟମରେ ଖବର ପ୍ରକାଶ ପରେ ତୁଟିଲା ପୋଲିସର ସୀମା ବିବାଦ। ତତ୍ପର ହେଲା ସୁଡ଼ୁରୁକୁମ୍ପା ପୋଲିସ୍ । ବ୍ୟବଚ୍ଛେଦ ପାଇଁ ୨୪ ଘଣ୍ଟା ଧରି ପଡିରହିଥିବା ଶବ ଉଠିଲା । କନ୍ଧମାଳ ଜିଲ୍ଲା ସୁଡୁରୁକିମ୍ପା ଫାଣ୍ଡି ପୋଲିସର ତଦନ୍ତ ପରେ ୨ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି।

ସୂଚନା ଅନୁଯାୟୀ ଗତକାଲି ଠାରୁ ବୌଦ୍ଧ ଜିଲା ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିଲା ଦୁଇ ଦୁଇଟି ବୃଦ୍ଧାଙ୍କ ଶବ । କନ୍ଧମାଳ ଜିଲ୍ଲା ସୁଡ଼ରୁକୁମ୍ପା ପୋଲିସ ନ ଆସିବା କାରଣରୁ ୨୪ ଘଣ୍ଟା ଧରି ଅପମାନିତ ଭାବେ ପଡି ରହିଥିଲା ଦୁଇ ଦୁଇଟି ବୃଦ୍ଧାଙ୍କ ଶବ । ଏ ନେଇ ନ୍ୟୁଜ୍ ୭ରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା। ତା ପରେ ତତ୍ପର ହୋଇ ଉଠି ଥିଲା ସୁଦୁରୁକୁମ୍ପା ପୋଲିସ୍ । ସଙ୍ଗେ ସଙ୍ଗେ ପୁରୁଣା କଟକ ହସ୍ପିଟାଲ ଆସି ତଦନ୍ତ କରିବା ସହିତ ଶବ ଦୁଇଟିକୁ ବୌଦ୍ଧ ମୁଖ୍ୟାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତକାଲି କନ୍ଧମାଳ ଜିଲା ରାଣୀପଥର ଘାଟିରେ ହୋଇଥିବା ଅଟୋ ଦୁର୍ଘଟଣାରେ ଦୁଇ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ବୌଦ୍ଧ ଜିଲ୍ଲା ଚାରିଛକ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ସୁଡୁରୁକୁମ୍ପା ଥାନା ଅଂଚଳରେ ଘଟିଥିବାରୁ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଥାନାର କୌଣସି କର୍ମଚାରୀ ହସ୍ପିଟାଲ ଆସିନଥିଲେ । ସେପଟେ ଡାକ୍ତରଖାନାରେ ଶବ ପଡି ୨୪ ଘଣ୍ଟା ହୋଇଯାଇଥିବା ବେଳେ ଶବ ଦୁର୍ଗନ୍ଧ ହେବା ଆରମ୍ଭ ହୋଇଛି ।

   Related Posts