ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ

Published By : Prameya-News7 Bureau | November 30, 2023 IST

ଆଠମଲ୍ଲିକ: ହଣ୍ଡପା ଥାନା ବାଲିଆମ୍ବା ଗ୍ରାମ ନାଳ ନିକଟରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ଗ୍ରାମର କାଳିଆ ବେହେରାଙ୍କ ୯ ବର୍ଷର ପୁଅ ବାଦଲ ବେହେରା। ଆଉଜଣେ  ହେଲେ ଜୟନ୍ତ ପ୍ରଧାନଙ୍କ ପୁଅ ସୁରେନ୍ଦ୍ର ପ୍ରଧାନ (୯)।

ସୂଚନା ଅନୁଯାୟୀ, ଉଭୟ ସ୍କୁଲରୁ ଫେରିବା ପରେ ଗାଁ ନିକଟ ନାଳକୁ ଖେଳିବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକ ଖୋଜିବାକୁ ନାଳ ନିକଟକୁ ଯାଇଥିଲେ। ଆଉ ସେଠାରେ ଦୁଇଜଣକ ଶବ ଦେଖିବାକୁ ମିଳିଥିଲା। ଖବର ପାଇ ହଣ୍ଡପା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ, ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଟ୍ରକ୍ ଧକ୍କାରେ ଯୁବକଙ୍କ ଜୀବନ, ବିଳମ୍ୱିତ ରାତିରେ ମାଡିଗଲା ଗାଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.