ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଦେଖି ଫେରିଲା ବେଳେ ସରିଗଲା ସବୁ: ନାଳରୁ ମିଳିଲା ଗୋଟିଏ ପରିବାରର ୫ଜଣଙ୍କ ଶବ

Published By : Prameya-News7 Bureau | March 05, 2020 IST

ଗୁଜୁରାଟ୫/୩: ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ବୁଲି ଫେରିଲା ବେଳେ ସରିଗଲା ସବୁ। ନାଳରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ଶବ। ଦୁନିଆର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ ଦେଖିବାକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାଆନ୍ତି। ଗତ ରବିବାର ବଡ଼ୋଦରାର ରହୁଥିବା ପରମାର ପରିବାର  ଷ୍ଟାଚ୍ୟୁ ଅଫ୍ ୟୁନିଟ ଦେଖିବାକୁ ଯାଇଥିଲେ। ଏହା ପରେ ପରିବାର ୫ ଜଣ ସଦସ୍ୟ ଆଉ ଫେରି ନଥିଲେ। ସଂପର୍କୀୟ ମାନେ ଅଭିଯୋଗ କରିବା ପରେ ପୋଲିସ୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା।

ଦୀର୍ଘଦିନ ପାଞ୍ଚ ଦିନ ପରେ ନର୍ମଦା ସରଦାର ସରୋବର ନିକଟରେ ଥିବା ନାଳରୁ ପରିବାର ୫ ଜଣଙ୍କ ମୃତ ଦେହ ପୋଲିସ୍‌ ଜବତ କରିଛି। ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇ ଦେଇଛି। ପୋଲିସର ସୂଚନା ମୁତାବକ, ବଡ଼ୋଦରା ବାସିନ୍ଦା କଲପେଶ ପରମାର, ତାଙ୍କ ପତ୍ନୀ ନୃପ୍ତି, ମାଆ ଉଷା ଏବଂ ଚାରି ବର୍ଷର ପୁଅ ଅର୍ଥବ ଓ ଝିଅ ନିୟତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବାକୁ ଯାଇଥିଲେ। ତା ପରଠାରୁ ସେମାନେ ଆଉ ଘରକୁ ଫେରି ନଥିଲେ। ୫ ଦିନ ବିତିଗଲେ ବି ପରିବାର ୫ଜଣ ଘରକୁ ଫେରି ନଥିଲେ। ସେଥିପାଇଁ ତାଙ୍କ ସଂପର୍କୀୟ କେବଡ଼ିଆ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ପୋଲିସ୍ ମୋବାଇଲ ନମ୍ବର ଟ୍ରେସ କରି ସରଦାର ସରୋବର ନିକଟରେ ପହଞ୍ଚିଥିଲେ। ଏମାନଙ୍କୁ କେହି ହତ୍ୟା କରି ନାଳରେ ପିଙ୍ଗି ଦେଇଥିବା ପୋଲିସ୍ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.