Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଢେଙ୍କାନାଳରେ ଅଭାବନୀୟ ଘଟଣା, ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଠାବ, ଫରେନ୍ସିକ ଟିମର ତଦନ୍ତ ଆରମ୍ଭ

16/09/2022 at 3:55 PM

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ  ତିନୋଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଖରୀ ନିକଟରେ ଲୋକଙ୍କ ପ୍ରବଳ ଗହଳି  ଦେଖିବାକୁ ମିଳିଛି । ଖବର ପାଇ ସଦର ଥାନା ପୁଲିସ ପହଂଚି ଶିଶୁ ମାନଙ୍କର ମୃତଦେହକୁ ଉଦ୍ଧାର କରିଛି। ପୁଲିସ ଫରେନ୍ସିକ ଟିମ ମାଧ୍ୟମରେ  ଘଟଣାର ତଦନ୍ତ ଆରମ୍ଭ କରିଛି। 

ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ ଘେରରେ ରହିଛି। ଏକ କାଳିନ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶିଶୁ ଗୁଡିକ ପ୍ରି ମଚ୍ୟୁଅର  ହୋଇଥିବାରୁ ପୁଅ କି ଝିଅ ତାହା ଜଣା ପଡୁନାହିଁ । ଫଳରେ ଲିଙ୍ଗ ଯାଞ୍ଚ ପାଇଁ ପୁଲିସ ଫରେନ୍ସିକ ଲାବ୍ରୋଟାରିକୁ ପଠାଇବ ବୋଲି ସୂଚନା ମିଳିଛି । ତେବେ ଗ୍ରାମରେ ଡାକ୍ତରଖାନା ନଥିବା ବେଳେ କୌଣସି ପ୍ରସୂତି ମହିଳା ମୃତ ଶିଶୁ ଜନ୍ମ ହେବା କିମ୍ବା ଘରୋଇ ବେଆଇନ ଗର୍ଭପାତ କରି ପକାଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ ମଧ୍ୟ ସେହି ଦିଗରେ ତଦନ୍ତ କରୁଛି।

 ଏ ସମ୍ପର୍କରେ ପୁଲିସ କିଛି ପାଟି ଖୋଳୁନଥିବାବେଳେ ଗ୍ରାମବାସୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏକ ସଂମ୍ବେଦନ ଶୀଳ ଘଟଣା ଓ ଏହା ଗ୍ରାମରେ ପ୍ରଥମ ହୋଇଥିବାବେଳେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

   Related Posts