ମହାନଦୀ ମୁହାଣରେ ବୁଡିଲା ଡଙ୍ଗା, ଭାସୁଛନ୍ତି ମତ୍ସ୍ୟଜୀବୀ
19/09/2023 at 4:42 PM

ପାରାଦୀପ ୧୯।୯: ମହାନଦୀ ମୁହାଣରେ ବୁଡିଲା ଡଙ୍ଗା । ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗା ବୁଡିଯାଇଛି । ଡଙ୍ଗା ବୁଡିଯିବା ଫଳରେ ମୁହାଣରେ ଡଙ୍ଗା ଉପରେ ଓ ଜାର୍ ସାହାଯ୍ୟରେ ମତ୍ସ୍ୟଜୀବୀ ଭାସୁଛନ୍ତି । ମେରାଇନ୍ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ଜୋରରେ ଢେଉ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଡଙ୍ଗାରେ ୭ ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି ।
ଡଙ୍ଗାର ନାମ ମା’ ବାସୁଳେଇ ଭରଷା-୨ । ଡଙ୍ଗାରେ ଥିଲେ ୮ ଜଣ ମତ୍ସ୍ୟଜୀବୀ । ଏବେବି ମୁହାଣରେ ଜାର ସାହାଯ୍ୟରେ ଭାସୁଛନ୍ତି ମତ୍ସ୍ୟଜୀବୀ । ତିନି ଜଣ ଡଙ୍ଗାରେ ଉପରେ ଫସି ରହିଛନ୍ତି । ତେବେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ପକ୍ଷରୁ ପଠାଯାଇଥିବା ଏକ ଡଙ୍ଗା ସମୁଦ୍ର ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୫ ଜଣ ମତ୍ସ୍ୟଜୀବୀ ଫସିରହିଥିବା ନେଇ ଓମ୍ପା ପକ୍ଷରୁ ସୂଚନା ମିଳିଛି l ଲଘୁଚାପ କାରଣରୁ ମୁହାଣ ମୁହଁରେ ପ୍ରଖର ସ୍ରୋତ କାରଣରୁ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରି ନାହିଁ l ତେବେ ମୁହାଣ ମୁହଁରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବା ନେଇ ଓମ୍ଫା ତରଫରୁ ପ୍ରକାଶ କରାଯାଇଥିବା ବେଳେ ଫସି ରହିଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ହେଲିକାପ୍ଟର ସହାୟତାରେ ଉଦ୍ଧାର କରାଯିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l
You Can Read :