ଆରମ୍ଭ ହେବ ମଣ୍ଡୀ ଚାଲ ଅଭିଯାନ ଓ ପରୀ ପାଇଁ ପଦଯାତ୍ରା, ଭଦ୍ରକରେ ପ୍ରସ୍ତୁତି ଆରମ୍ଭ କଲା ବିଜେପି

Published By : Prameya-News7 Bureau | December 18, 2020 IST

ଭଦ୍ରକ ୧୮।୧୨:  ରାଜ୍ୟ ଓ ଜିଲ୍ଲାର ତିନି ଗୋଟି ସମସ୍ୟାକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଭଦ୍ରକ ଜିଲ୍ଲା ବିଜେପି କାର୍ଜ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଜେପି ରାଜ୍ୟ ଓ ଜିଲ୍ଲାର ୩ଟି ବିଷୟ ଉପସ୍ଥାପନ କରିଛି । ପ୍ରଥମ ମୁଦ୍ଦାରେ  କୃଷକଙ୍କ ପାଇଁ ୨ଟି ବିଲ୍ ସଂଶୋଧନ ପ୍ରସ୍ଥାବ ଆଣିଛନ୍ତି କେନ୍ଦ୍ର ସରକାର, ଯେଉଁଥିରେ  କୃଷକ ଲାଭବାନ ହେବେ ବୋଲି କହିଛି ବିଜେପି ।

କଂଗ୍ରେସ ଶାସନ ସମୟରେ ଧାନର ମୂଲ୍ୟ ୧୩୧୦ ଟଙ୍କା ଥିବା ବେଳେ ୧୮୬୮ ଟଙ୍କା ବଜେପି ଅମଳରେ ହୋଇଛି । କିନ୍ତୁ ଧାନର ସହାୟକ ମୂଲ୍ୟ, ମଣ୍ଡିରେ କାହିଁକି ପାଉନାହାନ୍ତି ଓଡିଶା ଚାଷୀ ବୋଲି ପ୍ରଶ୍ନ କରିଛି । ଅନ୍ୟପରେ  ମିଲରଙ୍କ ପାଇଁ ଧାନର ରେଟ୍ କମୁଛି ବୋଲି କହିଛି ବିଜେପି। ବଜେପିର ଯୋଜନା କୃଷକଙ୍କ ପାଖରେ ପହଞ୍ଚି ସଚେତନ କରିବା । ସେଥି ପାଇଁ ଆଗାମୀ ୧୦ ଦିନ ରେ ମଣ୍ଡି ଚାଲ ଅଭିଯାନ ବଜେପି ଆୟୋଜନ କରିବ । 

ଚାଷୀଙ୍କୁ ନେଇ କୃଷକ ପଞ୍ଚାୟତ କରିବ ଓ ଲିଫଲେଟ୍ ମାଧ୍ୟମରେ ସଚେତନ କରିବ। ସେହି ଭଳି ଦ୍ଵିତୀୟ ବିଷୟ ରଖିଛି ପରୀ ପ୍ରସଙ୍ଗ । ଓଡିଶାରେ ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଥିବା କହିଛି ବିଜେପି।  ପ୍ରତ୍ୟକ ଦିନ ୧୫ ଶିଶୁ ତସ୍କରି ଅଭିଯୋଗ ଆଣିଛି । ପରୀ କ୍ଷେତ୍ରରେ  ଅଙ୍ଗ ତସ୍କରି ଆଶଙ୍କା କରୁଛି ବଜେପି । ଶାସକ ଦଳ ଓ ଅରୁଣ ସାହୁଙ୍କ ଅଙ୍ଗ ତସ୍କରିରେ ହାତ ଅଛି ବୋଲି କହିଛି ବଜେପି। ସିବିଆଇ ତଦନ୍ତ ହେଉ, ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ।

ଏଥିପାଇଁ ଭଦ୍ରକ ଜିଲ୍ଲା ର ପ୍ରତ୍ୟକ ନିର୍ବାଚନମଣ୍ଡଳୀରେ ପରୀ ପାଇଁ ଯାତ୍ରା ଆୟୋଜନ କରିବ ବଜେପି । ତୃତୀୟ ପ୍ରସଙ୍ଗ ରେ ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଦାବି କରିଛି। ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ  ୨୦୨୦ ଫେବୃଆରୀ ୧୭ରେ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ।  ସଂଖ୍ୟାଲଘୁ ବହୁଳ ଅଞ୍ଚଳ ରେ ହୋଇପାରିବ କଲେଜ , ୬୦ ଶତକଡା ଟଙ୍କା ଦେବ କେନ୍ଦ୍ର । ଏଥର  ବୁଥ ସ୍ଥରରେ ଦାବିପତ୍ର ସଂଗ୍ରହ କରୁଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.