ମମିତା ମେହେରଙ୍କ ଘରେ ପହଞ୍ଚିଲା ବିଜେପି କେନ୍ଦ୍ରୀୟ ଟିମ୍, ହତ୍ୟାକାଣ୍ଡ ସ୍ଥଳ ବୁଲି କଲେ ସରଜମିନ ତଦନ୍ତ

Published By : Prameya-News7 Bureau | October 29, 2021 IST

ଭୁବନେଶ୍ଵର ୨୯।୧୦: ମମିତା ମେହେରଙ୍କ ଘରେ ବିଜେପିର କେନ୍ଦ୍ରୀୟ ଟିମ୍ । ବଲାଙ୍ଗିର ଝରଣୀ ଗାଁ ଯାଇ ମମିତାଙ୍କ ପରିବାରକୁ ଭେଟିଛି ବିଜେପି କେନ୍ଦ୍ରୀୟ ଟିମ୍। ବିଜେପିର କେନ୍ଦ୍ରୀୟ ଟିମରେ ଅଛନ୍ତି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୁପା ମିତ୍ର। ସେମାନଙ୍କ ସହିତ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଓ ରାଜ୍ୟ ବିଜେପିର ଅନ୍ୟ ନେତା ଅଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ଏହି ୩ ଜଣିଆ ଟିମ୍ ପୂରା ଘଟଣାର ଅନୁଧ୍ୟାନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ। ଝରଣୀ ଗାଁରେ ମମିତାଙ୍କ ପରିବାରକୁ ଭେଟିବା ପରେ ମହାଲିଙ୍ଗ ଯାଇ ହତ୍ୟାକାଣ୍ଡ ସ୍ଥଳ ବୁଲି ସରଜମିନ ତଦନ୍ତ କରିଛି ବିଜେପିର କେନ୍ଦ୍ରୀୟ ଟିମ୍ ।

{"id":535343,"sizeSlug":"full","linkDestination":"none"}

ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଜେପିର ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି ଦିଲ୍ଲୀରେ, ଦଳର ମୁଖପାତ୍ର ସମ୍ବିତ ପାତ୍ର ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିବା ବେଳେ ଆଜି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେପଟେ  ଅନୁଗୁଳରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସ୍‌ପି ଅଫିସ ଘେରାଉ କରିଛନ୍ତି ବିଜେପି କର୍ମୀ । ଶତାଧିକ କର୍ମୀ ଏସ୍ ପି ଅଫିସ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ  ଧସ୍ତାଧସ୍ତି ହୋଇଥିଲା । ବ୍ରହ୍ମପୁରରେ ବି ମମିତା ହତ୍ୟାକୁ ନେଇ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ବିରାଟ ରାଲିରେ ଯାଇ ଏସପି ଅଫିସ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମକର୍ତ୍ତା । ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ଉପରକୁ ବିଜେପି କର୍ମୀ ଅଣ୍ଡା ଏବଂ ଟମାଟୋ ଫିଙ୍ଗିଥିବା ଅଭିଯୋଗ ମଧ୍ୟ ହୋଇଛି।

{"id":535346,"sizeSlug":"full","linkDestination":"none"}

ମମିତା ହତ୍ୟା ମାମଲା ନେଇ ପ୍ରତିବାଦ, ବିକ୍ଷୋଭ ଥମିବାର ନାଁ ନେଉନି । ଭୁବନେଶ୍ବରରେ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇଛି । ରାଜଭବନ ସାମ୍ନାରେ ପ୍ରତିବାଦ କରିଛି ଓଡିଶା ନାଗରିକ ମହାମଞ୍ଚ । ଦୋଷୀଙ୍କୁ କଡା ଦଣ୍ଡ ଦେବା ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ମହାମଞ୍ଚ । ଗତକାଲି କଂଗ୍ରେସର କେନ୍ଦ୍ରୀୟ ଟିମ୍ ପରେ ଆଜି ବିଜେପି କେନ୍ଦ୍ରୀୟ ଟିମ୍ ଝରଣୀ ଗାଁ ଯାଇଛି । ମାମଲାକୁ ଜାତୀୟ ପ୍ରସଙ୍ଗ କରିବା ପାଇଁ  ଉଭୟ ଦଳ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.